Categories: ଖେଳ

ସେମିଫାଇନାଲ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ମେଲବୋର୍ନ,୮।୧୧: ନଭେମ୍ବର ୧୦ରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ଆଡିଲେଡରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟ୍‌କା ଲାଗିଛି। ଅଭ୍ୟାସ ଅଧିବେଶନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା କୁହାଯାଉଛି। ତେବେ ଏହି ଆଘାତ କେତେ ଗୁରୁତର ତାହା ପ୍ରକାଶ ପାଇନାହିଁ।
ରୋହିତ ଶର୍ମା ତାଙ୍କ ଡାହାଣ ହାତରେ ଆଘାତ ଲାଗିବା ମାତ୍ରେ ତୁରନ୍ତ ବ୍ୟାଟିଂ ଅଭ୍ୟାସ ବନ୍ଦ କରିଦେଇଥିଲେ। ଆଘାତ ପରେ ରୋହିତଙ୍କୁ ବରଫ ପ୍ୟାକ ସହିତ ବସିଥିବାର ନଜର ଆସିଥିଲେ। ରୋହିତ ଶର୍ମାଙ୍କ ଅଙ୍ଗଭଙ୍ଗୀରୁ ଏହା ସ୍ପଷ୍ଟ ହୋଇଥିଲା ଯେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି।
ଯଦି ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ଗୁରୁତର ହୋଇଯାଏ, ତେବେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପୂର୍ବରୁ ଏହା ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଝଟ୍‌କା ବୋଲି ପ୍ରମାଣିତ ହୋଇପାରେ। ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏହା ମଧ୍ୟ ନିରାଶାଜନକ ବିଷୟ ହେବ।

Share