ଲଡର୍ସ,୧୧।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୧୨ଠାରୁ ଲର୍ଡସରେ ଖେଳାଯିବ। ଉଭୟ ଦଳ ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ବିଜୟ ହାସଲ କରିବାକୁ ପଡିଆକୁ ଓହ୍ଲାଇବେ। ବର୍ଷା ହେତୁ ପ୍ରଥମ ମ୍ୟାଚ ଡ୍ର ହୋଇଥିଲା। ଏଭଳି ପରିସ୍ଥିତିରେ ସମସ୍ତଙ୍କ ନଜର ଦ୍ୱିତୀୟ ଟେଷ୍ଟରେ ରହିଛି, କିନ୍ତୁ ମ୍ୟାଚ ପୂର୍ବରୁ ଉଭୟ ଦଳ ଏକ ବଡ଼ ଝଟକା ଲାଗିଛି। ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଏବଂ ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡ ଆହତ ହୋଇଛନ୍ତି। ଶାର୍ଦ୍ଦୁଲ ଠାକୁର ହାମଷ୍ଟ୍ରିଂ ସମସ୍ୟାରେ ପୀଡିତ। ଏଥି ସହିତ, ଟ୍ରେନିଂ ସମୟରେ ବ୍ରଡ ଗୋଡ ମୋଡ଼ି ହୋଇଯାଇଛି। ବୁଧବାର ସେମାନଙ୍କର ସ୍କାନ କରାଯିବ ଏବଂ ଏହା ପରେ ହିଁ ନିଷ୍ପତ୍ତି ନିଆଯିବ।