Posted inଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ନୂଆଦିଲ୍ଳୀ,୧୫।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ଅକ୍ଟୋବର ୧୬ରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଦ୍ରୁତ ବୋଲର ବେନ ସିଆର୍ସଙ୍କ ରୂପରେ ଏକ ବଡ଼ ଝଟକା ଲାଗିଛି। ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଆଘାତ ସିଆର୍ସକୁ ବାଦ ଦେଇଥିଲା।

ବେନ ସିଆର୍ସ ସମ୍ବନ୍ଧରେ ଜାରି କରାଯାଇଥିବା ଅପଡେଟ ରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ କହିଛି, ଶ୍ରୀଲଙ୍କାରେ ଚାଲିଥିବା ଟେଷ୍ଟ ସିରିଜ ସମୟରେ ସିଆର୍ସ ଅଭ୍ୟାସ ସମୟରେ ତାଙ୍କ ବାମ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କୁ ଗତ ସପ୍ତାହରେ ନ୍ୟୁଜିଲାଣ୍ଡରେ ସ୍କାନ କରାଯାଇଥିଲା।

ଏହା ପରେ କୁହାଯାଇଥିଲା ଯେ ସ୍କାନ ଯୋଗୁ ତାଙ୍କର ଭାରତ ଯିବାରେ ବିଳମ୍ବ ହୋଇଥିଲା। ସ୍କାନରେ ଆଘାତ ଚିହ୍ନଟ ହେବା ପରେ ଆଶା କରାଯାଉଥିଲା ଯେ, ସୁସ୍ଥ ହୋଇଯିବେ। କିନ୍ତୁ ଏହା ଘଟିଲା ନାହିଁ ଏବଂ ଡାକ୍ତରୀ ପରାମର୍ଶ ପରେ ତାଙ୍କୁ ସିରିଜରୁ ଓହରି ଯିବାକୁ ପଡ଼ିଛି।

ବେନ ସିଆର୍ସ ଆହତ ହେବା ପରେ ଜ୍ୟାକବ୍‌ ଡଫିଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ଡଫ ନ୍ୟୁଜିଲାଣ୍ଡ ପାଇଁ ଦିନିକିଆ ଏବଂ ଟି-୨୦ ଖେଳିଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିନାହାଁନ୍ତି। ସେ ଭାରତ ଗସ୍ତରେ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପରିବର୍ତନ କରିବାର ସମୟ ଆସିଛି’: ହର୍ମନପ୍ରୀତଙ୍କୁ ବିଦା କରିବାକୁ ଦାବି କଲେ ମିଥାଲି ରାଜ

ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଦଳର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଁଛନ୍ତି ଯେ, ‘ହରମାନପ୍ରୀତ କୌରଙ୍କୁ...

ଏଚ୍‌ଆଇଏଲ୍‌ ମହିଳା ଖେଳାଳି ନିଲାମ: ଉଦିତା ସବୁଠାରୁ ଦାମି

ନୂଆଦିଲ୍ଲୀ, ୧୫ା୧୦: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ମହିଳା ଖେଳାଳି ନିଲାମ ମଙ୍ଗଳବାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଭାରତୀୟ ଡିଫେଣ୍ଡର ଉଦିତା ଦୁହାନ ସବୁଠାରୁ...

ଷ୍ଟାର୍‌ ଫୁଟ୍‌ବଲ୍‌ କିଲିଆନ୍‌ ଏମ୍‌ବାପ୍ପେଙ୍କ ନାଁରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୫।୧୦: ସ୍ଵିଡେନ ଷ୍ଟକହୋମର ବିଳାସପୂର୍ଣ୍ଣ ବ୍ୟାଙ୍କ ହୋଟେଲରେ ବଳାତ୍କାର ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତଦନ୍ତ ବେଳେ ଏକ କଳା ଟ୍ରାଉଜର, ଏକ ଟପ୍,...

ଧରାପଡ଼ିଲା ମହମ୍ମଦ ଶାମିଙ୍କ ମିଛ: ପୋଲ୍‌ ଖୋଲିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୧୦:ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସାମି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ...

ଲାଇଭ୍‌ ମ୍ୟାଚ୍‌ ସମୟରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଅଧିନାୟକ: ଜାଣନ୍ତୁ କାହିଁକି

ଦୁବାଇ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଅଧିନାୟକ ଫାତିମା ସନା କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷି ମ୍ୟାଚ ପୂର୍ବରୁ ସେ ତାଙ୍କ ପିତାଙ୍କୁ...

ଭାରତ ବିରୋଧରେ ବିଷ ଓଗାଳିଲା କାନାଡ଼ା: ବୈଦେଶିକ ମନ୍ତ୍ରୀ କହିଲେ, ଆମ ପାଖରେ ପ୍ରମାଣ ଅଛି

ନୂଆଦିଲ୍ଲୀ,୧୫/୧୦: ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଏକ ନୂତନ ସ୍ତରରେ ପହଞ୍ଚିଛି। କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ଭାରତ ସୋମବାର ବହିଷ୍କାର କରିଛି। ଏହାବ୍ୟତୀତ...

ହଠାତ୍ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି: କ୍ରିକେଟରୁ ହଟିଲା ଏହି ନିୟମ 

ନୂଆଦିଲ୍ଲୀ,୧୫/୧୦:ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇମ୍ପାକ୍ଟ ପ୍ଲେୟାର ନିୟମକୁ ଉଚ୍ଛେଦ କରିବାକୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ...

କୋହଲିଙ୍କୁ ନେଇ ଏମିତି କହିଦେଲେ ବାବର୍ ଆଜମ୍: ଚାରିଆଡ଼େ ହେଉଛି ଚର୍ଚ୍ଚା 

ଇସାଲାମବାଦ୍,୧୫/୧୦: ବାବର ଆଜମଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯିବା ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ଫଖର ଜମାନ ବାବରଙ୍କୁ ବିରାଟଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri