ବିମାନ ଯାତ୍ରୀଙ୍କୁ ବଡ଼ ଝଟକା: ମୁମ୍ବାଇ ବନ୍ଦରରୁ ଉଡ଼ାଣ ବନ୍ଦ ! କାହିଁକି ଗ୍ରହଣ କରାଗଲା ଏଭଳି ନିଷ୍ପତ୍ତି ?…

ମୁମ୍ବାଇ,୧୪।୨ : ସାରା ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖରାପ ଖବର ଅଛି। ଦେଶର ସର୍ବବୃହତ ତଥା ଅନ୍ତର୍ଜାତୀୟ ବିମାନବନ୍ଦର ମୁମ୍ବାଇ ବିମାନ ବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିମାନ ବନ୍ଦରରୁ ବିମାନ ଉଡ଼ାଣ ହେବ ନାହିଁ। ମଙ୍ଗଳବାର ଦିନ ଆକାସା ଏୟାରଲାଇନ୍ସ ଫେବୃଆରୀ ୧୫ ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ୯୦ ଟି ବିମାନକୁ ବାତିଲ କରିଦେଇଛି।

ସର୍ବାଧିକ ସଂଖ୍ୟକ ବିମାନ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ୧୮ଟି ବିମାନକୁ ବାତିଲ କରିବ। ଭିଷ୍ଟାରା, ଏୟାର ଇଣ୍ଡିଆ ପ୍ରାୟ ୧୭ ଟି ବିମାନକୁ ବାତିଲ କରିବ। ସ୍ପାଇସ ଜେଟ ବିମାନ ଉଡ଼ାଣ ବାତିଲ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ତିନିଟି ବଡ ବିମାନ କମ୍ପାନୀ କେତେ ଦିନ ପର୍ଯ୍ୟନ୍ତ କେତେ ବିମାନ ବାତିଲ କରାଯିବ ତାହା ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ଆକାସା ଏୟାରଲାଇନ୍ସ ବିମାନ ଉଡ଼ାଣକୁ ବାତିଲ କରିଥିବାରୁ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଟୁଇଟର ଜବାବ ଦେଇ ଯାତ୍ରୀମାନଙ୍କୁ ବିମାନ ବାତିଲ ହେବାର କାରଣ ସମ୍ପର୍କରେ ସୂଚନା ଦିଆଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବିମାନ ବନ୍ଦରରେ ରନୱେରେ ଯାତ୍ରୀ ଏବଂ ବିମାନର ଭିଡ଼ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ଭିଡ଼କୁ ହ୍ରାସ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନବନ୍ଦରରୁ ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ବିମାନ ସଂଖ୍ୟା ହ୍ରାସ କରିବାକୁ ମନ୍ତ୍ରଣାଳୟ ମୁମ୍ବାଇ ବିମାନବନ୍ଦର ଅପରେଟର ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡକୁ ନିର୍ଦ୍ଦେଶ ଦେଇଛି। ବ୍ୟକ୍ତିଗତ ଜେଟ ବିମାନ ସଂଖ୍ୟା ମଧ୍ୟ ହ୍ରାସ କରାଯିବ।

ବିମାନ ବନ୍ଦର କର୍ତ୍ତୃପକ୍ଷ ମୁମ୍ବାଇ ବିମାନ ବନ୍ଦରକୁ ପିକ୍‌ ସମୟ ମଧ୍ୟରେ ବିମାନ ଚଳାଚଳକୁ ୪୬ ରୁ ୪୪ ଏବଂ ପିକ୍‌ ନ ଥିବା ସମୟରେ ୪୪ ରୁ ୪୨ କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ପଷ୍ଟ ଭାବେ କହିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ସେବା ମନ୍ତ୍ରଣାଳୟର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଉଚିତ। ମନ୍ତ୍ରଣାଳୟ ସହିତ ମଧ୍ୟ ସହଯୋଗ କରିବାକୁ କୁହାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି କମ୍ପାନୀ ଏୟାରଲାଇନ୍ସ ସହ ଆଲୋଚନା କରିଛି ଏବଂ ଏହି ଆଲୋଚନା ଅନୁଯାୟୀ ବିମାନ ସେବା ବାତିଲ କରିବାକୁ ନିଷ୍ପତ୍ତି ନେଇଛି, ଯାହାର ପ୍ରଭାବ ଆଗାମୀ ଦିନରେ ଦେଖାଯିବ। ମୁମ୍ବାଇ ବିମାନବନ୍ଦରରୁ ବିମାନ ଉଡ଼ାଣ ବାତିଲ ଯୋଗୁ ମୁମ୍ବାଇରେ ରହୁଥିବା ଲୋକଙ୍କ ଉପରେ ସବୁଠାରୁ ବଡ ପ୍ରଭାବ ପଡ଼ିବ। ବ୍ୟବସାୟ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ମୁମ୍ବାଇ ଆସୁଥିବା ଲୋକଙ୍କୁ ଏହା ପ୍ରଭାବିତ କରିବ ।

ମୁମ୍ବାଇର ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହୋଇପାରେ। ବୃତ୍ତିଗତ ଏବଂ ବେସରକାରୀ ଜେଟ ଉଡ଼ିବାରେ ସକ୍ଷମ ହେବ ନାହିଁ। ସବୁଠାରୁ ବଡ ପ୍ରଭାବ ବିମାନ ଭଡା ଉପରେ ହେବ, କାରଣ ଅନ୍ୟ ବିମାନ ସେବା ଯେଉଁ ସହର ପାଇଁ ବିମାନ ବାତିଲ ହେବ ସେହି ସହର ପାଇଁ ଭଡା ବୃଦ୍ଧି କରିବ। ଯଦି ବିମାନ ଉପଲବ୍ଧ ନ ଥାଏ ତେବେ ସଡ଼କ କିମ୍ବା ରେଳ ଯାତ୍ରା ପାଇଁ ଆପଣଙ୍କୁ ଅଧିକ ଭଡା ଦେବାକୁ ପଡିବ ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri