Posted inଜାତୀୟ

ପାର୍ଲାମେଣ୍ଟରେ ଆଗକୁ ବିଜେଡି ପାଇଁ ବଡ଼ ପରୀକ୍ଷା

ନୂଆଦିଲ୍ଲୀ,୩୧ା୭: ମଣିପୁର ପ୍ରସଙ୍ଗରେ ବିରୋଧୀ ପାର୍ଲାମେଣ୍ଟରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ତାହା ଉପରେ କେଉଁଦିନ ବିତର୍କ ହେବ ତାହା ସୋମବାର ସ୍ଥିର ହେବ। ସେହିପରି ଆସନ୍ତା ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧନ) ବିଲ୍‌ ଉପରେ ଆଲୋଚନା ହେବ। ବିଜେଡି ଏହାର ସମଦୂରତ୍ୱ ଆଭିମୁଖ୍ୟକୁ ବଜାୟ ରଖିବାରେ କେତେ ସକ୍ଷମ, ତାହାର ବଡ଼ ପରୀକ୍ଷା ହେବାକୁ ଯାଉଛି। ଲୋକ ସଭାରେ ସରକାରଙ୍କ ସପକ୍ଷରେ ସଂଖ୍ୟା ରହିଥିବାରୁ ବିଲ୍‌କୁ ଗୃହୀତ କରାଇବାରେ କୌଣସି ଅସୁବିଧା ହେବ ନାହିଁ। ତେବେ ରାଜ୍ୟ ସଭାରେ ଏନ୍‌ଡିଏର ଆବଶ୍ୟକ ସଂଖ୍ୟା ନ ଥିବାରୁ ବିଲ୍‌ ଗୃହୀତ କରାଇବା କଷ୍ଟକର ହୋଇପଡ଼ିବ। ଉଚ୍ଚ ସଦନରେ ଭାଜପା ଓ ସହଯୋଗୀ ଦଳଙ୍କ ମୋଟ ସଦସ୍ୟ ସଂଖ୍ୟା ୧୦୨ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟ ଏବଂ ବିଆର୍‌ଏସ୍‌ର ସଦସ୍ୟ ମିଶି ୧୦୪ ଅଛନ୍ତି। ୩ ବିରୋଧୀ ସଦସ୍ୟ ଅସୁସ୍ଥ ଥିବାବେଳେ ଏଏପିର ସଞ୍ଜୟ ସିଂ ନିଲମ୍ବିତ ହୋଇଛନ୍ତି। ତେଣୁ ବିଲ୍‌ ପାସ୍‌ କରାଇବା ପାଇଁ ସରକାର ଆଞ୍ଚଳିକ ଦଳ ବିଜେଡି ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସର ସହଯୋଗ ଚାହିଁବେ। ଏହି ଦଳ ବିଲ୍‌କୁ ସମର୍ଥନ ଜଣାନ୍ତୁ କିମ୍ବା କକ୍ଷତ୍ୟାଗ କରନ୍ତୁ ବୋଲି ସରକାର ଆଶା କରିବେ। ଏଥିରୁ ବିଜେଡିର ସମଦୂରତ୍ୱ ଆଭିମୁଖ୍ୟର ପରୀକ୍ଷା ହୋଇଯିବ।
ସେହିପରି ବିଜେଡି ପାଇଁ ଆଉ ଏକ ପରୀକ୍ଷା ହେଉଛି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ। ଗତ ୨୬ ତାରିଖରେ ବିରୋଧୀ ଦଳ ଲୋକ ସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ ନିୟମ ଅନୁଯାୟୀ ୧୦ ଦିନ ମଧ୍ୟରେ ଏହା ଉପରେ ଆଲୋଚନା ହେବ। ଯଦିଓ ସଂଖ୍ୟା ଦୃଷ୍ଟିରୁ ସରକାରଙ୍କ ପାଇଁ କୌଣସି ସମସ୍ୟା ନାହିଁ, ତେବେ ଅନାସ୍ଥା ସପକ୍ଷରେ କେତେ ସମର୍ଥନ ମିଳୁଛି ତାହା ଜଣାପଡ଼ିଯିବ। ୨୦୧୮ରେ ଆନ୍ଧ୍ରକୁ ସ୍ବତନ୍ତ୍ର ମାନ୍ୟତା ପ୍ରସଙ୍ଗରେ ମୋଦି ସରକାରଙ୍କ ବିରୋଧରେ ତେଲୁଗୁ ଦେଶମ ପାର୍ଟି ପ୍ରଥମ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହା ଓଡ଼ିଶା ପାଇଁ ପ୍ରାସଙ୍ଗିକ ନୁହେଁ କହି ବିଜେଡି କକ୍ଷତ୍ୟାଗ କରିଥିଲା। ଏଥର ମଣିପୁର ପ୍ରସଙ୍ଗରେ ଆଦିବାସୀଙ୍କ କଥା ଉଠୁଥିବାରୁ ବିଜେଡି କକ୍ଷତ୍ୟାଗ କରିବ କି ନାହିଁ ତାହା ଅନାସ୍ଥା ପ୍ରସ୍ତାବ ଭୋଟ ବେଳେ ଜଣାପଡ଼ିବ। ଆଲୋଚନା ଦିନ ଦଳ ଏ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ବିଜେଡିର ଜଣେ ବରିଷ୍ଠ ଏମ୍‌ପି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri