Posted inଖେଳ

ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ,୨୯।୫: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଏକ ବଡ଼ ଓଲଟପାଲଟ ହୋଇଛି। ନେଦରଲାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଟାର୍ଗେଟକୁ ପିଛା କରିବାବେଳେ ଶ୍ରୀଲଙ୍କାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶ୍ରୀଲଙ୍କା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଆଦୌ ସେମାନଙ୍କ ସପକ୍ଷରେ ଯାଇ ନ ଥିଲା।
ଟି-୨୦ ବିଶ୍ୱକପ ପୂର୍ବରୁ ୱାର୍ମ ଅପ ମ୍ୟାଚ ଖେଳାଯାଉଛି। ଶ୍ରୀଲଙ୍କା ଏବଂ ନେଦରଲାଣ୍ଡ ମଧ୍ୟରେ ଏକ ୱାର୍ମ ଅପ ମ୍ୟାଚ ମଧ୍ୟ ଖେଳାଯାଇଥିଲା। ଏହି ମ୍ୟାଚରେ ନେଦରଲ୍ୟାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୨୦ ଓଭରରେ ବୋର୍ଡରେ ୫ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା। ତା’ପରେ ଟାର୍ଗେଟକୁ ପିଛା କରି ବେଳେ ଶ୍ରୀଲଙ୍କା ଦଳ ୧୮.୫ ଓଭରରେ ୧୬୧ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ ଲାଉଡରହିଲରେ ଖେଳାଯାଇଥିଲା।
୨୧ ରୁ ୨୫ ମଇ ମଧ୍ୟରେ ବାଂଲାଦେଶ ଏବଂ ଆମେରିକା ମଧ୍ୟରେ ତିନୋଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା। ଏହି ସିରିଜରେ ଆମେରିକା ପ୍ରଥମ ଦୁଇଟି ମ୍ୟାଚ ଜିତି ବାଂଲାଦେଶକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ଆମେରିକା ୫ ଉଇକେଟ ଏବଂ ଦ୍ୱିତୀୟ ମ୍ୟାଚରେ ୬ ରନରେ ଜିତିଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ବାଂଲାଦେଶ ୧୦ ଉଇକେଟ ଜିତିଥିଲା। କିନ୍ତୁ ବାଂଲାଦେଶକୁ ଆମେରିକା ବିପକ୍ଷରେ ସିରିଜକୁ ୨-୧ରେ ହରାଇବାକୁ ପଡିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri