ପଶୁ ଏବଂ ପକ୍ଷୀମାନଙ୍କୁ ଏକ ସୁରକ୍ଷିତ ବସା ତିଆରି କରିବାକୁ ବହୁ ସଂଘର୍ଷ କରିବାକୁ ପଡେ। ପକ୍ଷୀମାନେ ସେମାନଙ୍କର ଅଣ୍ଡା ଏବଂ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ପ୍ରକାରର ବସା ନିର୍ମାଣ କରୁଥିବା ଦେଖାଯାଏ, ଯାହାଫଳରେ ସେମାନେ ନିଜକୁ ଏବଂ ପିଲାମାନଙ୍କୁ ଅନ୍ୟ ବଣୁଆ ଜନ୍ତୁମାନଙ୍କଠାରୁ ରକ୍ଷା କରିବାରେ ସକ୍ଷମ ହେବେ।
ସମ୍ପ୍ରତି ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ପକ୍ଷୀ ନିଜ ବସା ନିର୍ମାଣ ପାଇଁ ବହୁ ଚେଷ୍ଟା କରୁଥିବା ଦେଖାଯାଉଛି। ପକ୍ଷୀମାନେ ପ୍ରାୟତଃ କାଠିକୁଟା ସଂଗ୍ରହ କରି ଥଣ୍ଟ ସାହାଯ୍ୟରେ ଗଛର ଡାଳରେ ଅତି ସୁନ୍ଦର ବସା ତିଆରି କରନ୍ତି।
ସେହିପରି ଭାଇରାଲ ଭିଡିଓରେ ଏକ ହଳଦିଆ ରଙ୍ଗର ପକ୍ଷୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗଛର ଡାଳରେ ପକ୍ଷୀଟି କାଠିକୁଟାକୁ ଥଣ୍ଟ ସାହାଯ୍ୟରେ ଏକ ବିଶେଷ ଉପାୟରେ ଗୁଡ଼ାଇ ଗୁଡାଇ ଏକ ବସା ତିଆରି କରୁଥିବା ଦେଖାଯାଏ। ବର୍ତ୍ତମାନ ଏହି ଭିଡିଓଟି ଜିଓ ସଫାରି ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି।
ଏପର୍ଯ୍ୟନ୍ତ ଭିଡିଓଟିକୁ ଏକ ଲକ୍ଷ ୫୬ ହଜାରରୁ ଅଧିକ ଭ୍ୟୁ ପାଇଛି। ଏଥି ସହିତ, ୧୦ ହଜାରରୁ ଅଧିକ ଯୁଜର୍ସ ଏହାକୁ ପସନ୍ଦ କରିଛନ୍ତି। ସମସ୍ତେ ବସା ନିର୍ମାଣ କରୁଥିବା ପକ୍ଷୀକୁ ଆଇଡିଆକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।