ବିଡିଓଙ୍କୁ ହତ୍ୟା ଧମକ ଦେଲେ ବିଜେଡି ସମର୍ଥିତ ଜନପ୍ରତିନିଧି

କୁଜଙ୍ଗ,୧୪।୯(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ଗଣ୍ଡଗୋଳ ହୋଇଛି। ବିଜେଡି ସମର୍ଥତ୍ତ ଜନପ୍ରତିନିଧି ବିଡିଓଙ୍କୁ ଡାକି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଜେଡି ଓ ଭାଜପା ସମର୍ଥିତ ଜନପ୍ରତିନିଧି ମୁହଁାମୁହିଁ ହୋଇଛନ୍ତି।
ଏହି ଘଟଣାକୁ ନେଇ ବିଡିଓ ଦୀପକ ପ୍ରସାଦ ସ୍ବାଇଁ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ପାରାଦୀପଗଡ ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଯୋଗଦେଇଥିଲେ। ପୂର୍ବାହ୍ନ ୧୧ଟା ୨୦ମିନିଟ୍‌ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ ତାଙ୍କୁ କଲ୍‌ କରି କହିଥିଲେ ଯେ, କେତେଜଣ ନିର୍ବାଚିତ ପ୍ରତିନିଧିଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଆସିଛନ୍ତି। ସେମାନେ ବିଡିଓଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି। ଜନଶୁଣାଣି ସରିବା ପରେ ବିଡିଓ ସ୍ବାଇଁ କାର୍ଯ୍ୟାଳୟକୁ ଆସିବେ ବୋଲି କହିଥିଲେ। ଅପରାହ୍ନ ୧ଟା ୩୦ ମିନିଟ୍‌ରେ ଉପାଧ୍ୟକ୍ଷ ଜ୍ଞାନଜିତ ସ୍ବାଇଁ ବିଡିଓଙ୍କୁ ଫୋନ କରି ଶୀଘ୍ର ନ ପହଞ୍ଚତ୍ଲେ ଉଠାଇ ଆଣିବାକୁ ଧମକ ଦେଇଥିଲେ। ମାତ୍ର ବିଡିଓ ଜନଶୁଣାଣି ସାରି ତାଙ୍କ କାର୍ଯ୍ୟାଳୟକୁ ଫେରି ଆସିଥିଲେ। ଏହାପରେ ସେଠାରେ କେତେଜଣ ବିଜେଡି ସମର୍ଥକ ଓ ଜନ ପ୍ରତିନିଧିଙ୍କ ସ୍ବାମୀ ପହଞ୍ଚତ୍ ବିଡିଓ ସ୍ବାଇଁଙ୍କୁ କାର୍ଯ୍ୟାଳୟରୁ ସମ୍ମିଳନୀ କକ୍ଷକୁ ଉଠାଇନେଇ କବାଟ ବନ୍ଦ କରି ଦେଇଥିଲେ। ଏଥିସହ ମିଥ୍ୟା ବିଲ୍‌ରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ହତ୍ୟା ଧମକ ଦେଇ ଖାଲି କାଗଜରେ ଦସ୍ତଖତ କରାଇ ନେଇଥିଲେ। ଏହାକୁ ସେଠାରେ ଉପସ୍ଥିତ ଥିବା କେତଜଣ ଭାଜପା ସମର୍ଥତ୍ତ ଜନପ୍ରତିନିଧି ବିରୋଧ କରିବାରୁ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉତ୍ତେଜନା ହେବାରୁ ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏ ସମ୍ପର୍କରେ ଉପାଧ୍ୟକ୍ଷ ଜ୍ଞାନଜିତ୍‌ କହିଛନ୍ତି, ସେ ବିଡିଓଙ୍କୁ ଏଭଳି କିଛି ବ୍ୟବହାର କରିନାହାନ୍ତି। ବିଡିଓ ଏପ୍ରସଙ୍ଗରେ ମିଥ୍ୟା ଆରୋପ ଲଗାଇଛନ୍ତି। ଏସମ୍ପର୍କରେ ଅଧ୍ୟକ୍ଷା ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ୍‌ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ଜଳିଗଲା ଟ୍ରକ

ତେଲକୋଇ,୧୧।୩: କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ମଙ୍ଗଳବାର ଏକ ଚଳନ୍ତା ୧୪ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଟ୍ରକ୍‌ଟି...

ଔଷଧ ଦୋକାନୀଙ୍କୁ ବୋମା ମାଡ଼ ଘଟଣା: ଫେରାର ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କୁ ହତ୍ୟା କରିବା...

ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଆନ୍ଦୋଳନକୁ ଭଣ୍ଡୁର କଲା ପୋଲିସ୍ : ଆନ୍ଦୋଳନ ପୂର୍ବରୁ ଦିବ୍ୟାଙ୍ଗକୁ ଉଠାଇ ନେଲା ଥାନାକୁ

ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍‌ ଆସୋସିଏଶନ ସେମାନଙ୍କ ୮ଦଫା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି...

ତେନ୍ତୁଳି ଗଛରୁ ଖସିପଡି ଚାଲିଗଲା ଜୀବନ

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଥାନା ଅଧୀନ ତଳଗୋଲୁର ପଞ୍ଚାୟତ ବଡ଼ଡଙ୍ଗର ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏକ...

ମୁହାଣ ଖୋଳାକୁ କେନ୍ଦ୍ରକରି ୨ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରମଣ: ଉଭୟ ପକ୍ଷର ୪୦ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି /ଚିକିଟି,୧୧।୩(ଅଶେଷ ନାଥ ମିଶ୍ର /ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ କତୁରୁ ଗ୍ରାମ ନିକଟରେ ସମୁଦ୍ରକୁ ସଂଯୋଗ କରୁଥିବା ବଡନାଳଠାରେ...

ନିଜ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଜୟନାରାୟଣ, କହିଲେ…

ଭୁବନେଶ୍ୱର,୧୧।୩: କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ...

୨୦ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ: ନିୟମିତ ବେତନ ସହ …

ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଜଳସାଥି ମହାସଂଘ ପକ୍ଷରୁ ୨୦ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।...

ଆତ୍ମସୁରକ୍ଷା ତାଲିମ ମନୋବଳ ବୃଦ୍ଧିରେ ହୁଏ ସହାୟକ

ରାଇକିଆ,୧୧/୩(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଲାଗି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri