Categories: ଜାତୀୟ

ଶେଖ ହାସିନାଙ୍କ ଗୁପ୍ତ ଘରେ ଏ କ’ଣ? ବୁଲୁଛି କଳା କାର୍‌, ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୮।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବର୍ତ୍ତମାନ ଭାରତର ଏକ ‘ସୁରକ୍ଷିତ ଘର’ରେ ଅସ୍ଥାୟୀ ଭାବରେ ରହୁଛନ୍ତି। ଦୀର୍ଘ ଦିନ ଧରି ହାସିନାଙ୍କୁ ଭାରତ ଆଶ୍ରୟ ଦେବ ବୋଲି ଆଶା କରାଯାଉନାହିଁ। ଶେଖ ହସିନା ସାଉଦି ଆରବ କିମ୍ବା ଅନ୍ୟ କିଛି ଦେଶ ଗସ୍ତ କରିବାର ସମ୍ଭାବନା ରହିଛି। ତେବେ ଏହାରି ଭିତରେ ତାଙ୍କ ଅସ୍ଥାୟୀ ଘରେ ଅଜବ ଘଟଣା ଦେଖିବାକୁ ମିଳିଛି। ତାଙ୍କ ଘରକୁ ବାରମ୍ବାର ଗୋଟିଏକ ଳା କାର୍‌ ଆସି ପୁଣି ଫେରି ଯାଉଛି। ଯାହାର ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର୍‌ ଧରିଛି।

ଶେଖ ହାସିନାଙ୍କୁ ବର୍ତ୍ତମାନ ଭାରତରେ ଏକ ଗୁପ୍ତ ସୁରକ୍ଷିତ ଘରେ ଅସ୍ଥାୟୀ ଭାବରେ ରଖାଯାଇଛି। ଏହି ନିରାପଦ ଘରକୁ ସାଧାରଣତଃ ଗୁପ୍ତଚର ଏବଂ ବିଦେଶୀ ରାଜନୈତିକ କାର୍ଯ୍ୟକଳାପକୁ ଦୂରେଇ ରଖିବା ପାଇଁ ବ୍ୟବହୃତ ହୁଏ। ଗତ ସୋମବାର ଶେଖ ହାସିନା ଶୀଘ୍ର ଶୀଘ୍ରରେ ଭାରତରେ ପହଞ୍ଚିବା ପରେ ସେ ତାଙ୍କ ପୋଷାକକୁ ନେଇ ଚିନ୍ତିତ ଥିଲେ। କାରଣ ସେ ଆସିବାବେଳେ କିଛି ପୋଷାକ ଆଣି ନ ଥିଲେ।

ବାଂଲାଦେଶ ସେନା ଶେଖ ହାସିନାଙ୍କୁ ଦେଶ ଛାଡିବାକୁ ମାତ୍ର ୪୫ ମିନିଟ ସମୟ ଦେଇଥିଲା। ସେ ତାଙ୍କ ଭଉଣୀ ଶେଖ ରେହାନା ଏବଂ ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କ ସହ ସାମରିକ ଜେଟରେ ଭାରତରେ ପହଞ୍ଚିଥିଲେ। ସେ ଦିଲ୍ଲୀ ନିକଟ ହିଣ୍ଟନ ଏୟାର ଫୋର୍ସ ବେସରେ ଅବତରଣ କରିଥିଲେ ମଧ୍ୟ ସେ ପର୍ଯ୍ୟାପ୍ତ ପରିମାଣର ପୋଷାକ ଆଣି ନ ଥିଲେ।

Share