Categories: ଜାତୀୟ

ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ଫୁଟିଲା ବୋମା

କୋଲକାତା,୨୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ସୋମବାର ବର୍ଡଓ୍ବାନ୍‌ ସହରର ରସିକପୁରର ସୁଭାସ୍ପାଲି ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୯ବର୍ଷର ନାବାଳକ ଆହତ ହୋଇଛନ୍ତି। ମୃତକ ହେଲେ ଶେଖ ଆଫ୍ରୋଜ(୭)। ଆହତ ଜଣକ ଶେଖ ଇବ୍ରାହିମ(୯)। ସୂଚନା ଯୋଗ୍ୟ, ରସିକପୁରର ସୁଭାସ୍ପାଲି ଅଞ୍ଚଳରେ ରହୁଥିବା ଶେଖ ଆଫ୍ରୋଜ ଏବଂ ଶେଖ ଇବ୍ରାହିମ ଘର ନିକଟରେ ଖେଳୁଥିଲେ। ସେତିକିବେଳେ ସେମାନେ ଏକ ପ୍ୟାକେଟ ପଡିଥିବା ଦେଖିବାକୁ ପାଇଥିଲେ। ପ୍ୟାକେଟ ଉପରକୁ ଗୋଇଠା ମାରିବା କ୍ଷଣି ଏହା ବିସ୍ଫୋରଣ ହୋଇଥିଲା। ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶେଖ ଆଫ୍ରୋଜଙ୍କୁ ମୃତ ଘୋଷଣା କରିଥିଲେ। ଶେଖ ଇବ୍ରାହିମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ପଶ୍ଚିମବଙ୍ଗ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ଅନନ୍ୟା ଚାଟାର୍ଜୀ ନିନ୍ଦା କରିଛନ୍ତି। ହେଲେ ବୋମା ବିସ୍ଫୋରଣ ଘଟଣାକୁ ନେଇ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି।

Share