Categories: ଜାତୀୟ

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣ ଶିଶୁ ଆହତ ହୋଇଛନ୍ତି। କୁହାଯାଉଛି ଯେ ପିଲାମାନେ ଖେଳିବା ସମୟରେ ବୋମା ଉଠାଇ ନେଇଥିଲେ। ହେଲେ ତାହା ବଲ ନୁହେଁ ଏକ ବୋମା ଥିଲା। ତା’ପରେ ଏହା ବିସ୍ଫୋରଣ ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଯେତେବେଳେ ପିଲାମାନେ ଏକ ବୋମା ଉଠାଇ ବଲ ଭାବି ଏହାକୁ ଖେଳୁଥିଲେସେତେବେଳେ ଏହା ଫାଟିଗଲା। ସେଠାରେ ଖେଳୁଥିବା ଅନେକ ପିଲା ଏହି ବିସ୍ଫୋରଣରେ ଆହତ ହୋଇଥିଲେ। ପିଲାମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏଠାରେ ୧୧ ବର୍ଷୀୟ ରାଜ ବିଶ୍ୱଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ଅନ୍ୟ ଜଣେ ଶିଶୁ ହାତ ହରାଛନ୍ତି। ପାଣ୍ଡୁଆ ହୁଗଲି ଲୋକ ସଭା ଆସନ ଅଧୀନରେ ଆସୁଛି। ଏଠାରୁ ଭାଜପା ପ୍ରାର୍ଥୀ ଲକେଟ ଚାଟାର୍ଜୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଏ ସମ୍ପର୍କରେ ଏନଆଇଏ ତଦନ୍ତ ଦାବି କରିଛନ୍ତି। କେବଳ ଏତିକି ନୁହେଁ, ଲକେଟ ଧାରଣାରେ ବସିଛନ୍ତି, ଯେପର୍ଯ୍ୟନ୍ତ ଯାଞ୍ଚ ଆଦେଶ ଦିଆ ନ ଯାଇଛି ସେବେ ପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି କହିଛନ୍ତି।

Share