ବଣ ଭିତରେ ନଳକୂପ

ରଘୁନାଥପୁର,୧୦।୭ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ କେରେକେରାସ୍ଥିତ ଗୋରେଖନାଥ ପୀଠରୁ ଶହେ ମିଟର ଦୂରରେ ଏକ ଜଙ୍ଗଲିଆ ସନ୍ତସନ୍ତିଆ ପରିତ୍ୟକ୍ତ ସ୍ଥାନରେ ନଳକୂପ ବସାଯାଇଛି। ପୀଠକୁ ଆସୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକଙ୍କ ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବା ଏହାର ଉଦ୍ଦେଶ୍ୟ ଥିଲା। ତେବେ ସରକାରୀ ଯୋଜନା ଏଠି ଦିଗହରା ହୋଇପଡିଛି। ଉଦ୍ଦେଶ୍ୟ ସାଧନ ହେବା ପରିବର୍ତ୍ତେ ଏହି ନଳକୂପଟି ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ନଳକୂପ ବସିଥିବା ସ୍ଥାନଟି ଖାଲୁଆ ଓ ଆବର୍ଜନାମୟ ହୋଇଥିବାରୁ ଲୋକେ ସେଠାକୁ ଯାଇପାରୁନାହାନ୍ତି। ଅପରପକ୍ଷେ ପ୍ରଶାସନର ଅପାରଗତା ଯୋଗୁ ୫ବର୍ଷ ତଳୁ ୭୦ ହଜାର ଟଙ୍କା ବ୍ୟୟରେ ବସାଯାଇଥିବା ନଳକୂପଟି ଅକାମୀ ହୋଇ ପଡିରହିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯଦି ନଳକୂପ ବସିଥିବା ସ୍ଥାନର ଚତୁଃପାର୍ଶ୍ୱକୁ ୨ ଫୁଟ ଉଚ୍ଚା କରି ପ୍ଲାଟ ଫର୍ମ ନିର୍ମାଣ କରାଯାଆନ୍ତା ତାହା ହେଲେ ଏହା ବ୍ୟବହାର ଉପଯୋଗୀ ହୋଇପାରନ୍ତା ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି। ତତ୍କାଳୀନ ସରପଞ୍ଚ ବିଜୟ ସ୍ବାଇଁଙ୍କ ଉଦ୍ୟମରେ ଏହି ନଳକୂପଟି ବସାଯାଇଥିଲା। ତେବେ ଏହାକୁ ବସାଇଥିବା ଠିକାଦାର ସମ୍ପୂର୍ଣ୍ଣ କାର୍ଯ୍ୟ ନ କରି ଛାଡି ଚାଲିଯାଇଥିବା ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ମନୋରଞ୍ଜନ ଦେହୁରୀ କୁହନ୍ତି ଯେ, ଏହା ତାଙ୍କ ନଜରକୁ ଆସିଛି। ଏଥିପାଇଁ ସୁବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ...

ଜଗତସିଂହପୁର ଜିଲାରେ ରାବଣ ଆଉ ମହିଷାସୁର କିଏ?: କାହାକୁ ଆକ୍ଷେପ କଲେ ବିଧାୟକ

ଜଗତସିଂହପୁର,୧୪।୧୦।: ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ?ରବିବାର ଜଗତସିଂହପୁରରେ ହୋଇଥିବା ରାବଣ ପୋଡ଼ି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି

କୁଜଙ୍ଗ,୫।୧୦(ମନୋଜ ପ୍ରଧାନ ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ନିମନ୍ତେ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲିସ...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri