ବଲିଉଡ୍‌ର ଏହି ଲୋକପ୍ରିୟ ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଲେ କୁନି ବାଳକ, ରବୀନା ଟଣ୍ଡନ କଲେ ପ୍ରଶଂସା

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବାଳକ ଫିଲ୍ମ ‘ବର୍ଡର’ର ଗୀତକୁ ଖୁବ୍‌ ସୁନ୍ଦର ଭାବରେ ଗାଉଥିବାର ନଜର ଆସିଛନ୍ତି। ଏହି ବାଳକଙ୍କ ଭିଡିଓଟି ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି।

୧୯୯୭ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ବର୍ଡର’ ଗୀତଟି ବହୁତ ଲୋକପ୍ରିୟ ଥିଲା ଏବଂ ଏହାର ଏକ ଲୋକପ୍ରିୟ ଗୀତ ‘ସନେଶ ଆତେ ହୈ’ ଆଜି ମଧ୍ୟ ଲୋକଙ୍କ କଣ୍ଠରେ ଶୁଣିବାକୁ ମିଳେ। ଗୀତଟି ଯିଏ ଶୁଣେ, ସେ ଘଡ଼ିଏ ଅଟକି ଯାଏ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବାଳକ ‘ବର୍ଡର’ ଫିଲ୍ମର ଏହି ଗୀତକୁ ଖୁବ୍‌ ସୁନ୍ଦର ଭାବରେ ଗାଉଛନ୍ତି। କେବଳ ଏତିକି ନୁହେଁ, ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ମଧ୍ୟ ତାଙ୍କର ଗୀତକୁ ଏତେ ପସନ୍ଦ କରିଛନ୍ତି, ସେ ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି।

ଭିଡିଓଟି ସୋସିଆଲ ମିଡିଆରେ @bhaiyyajispeaks ନାମକ ଜଣେ ଟୁଇଟର ବ୍ୟବହାରକାରୀଙ୍କ ଦ୍ୱାରା ଶେୟାର କରାଯାଇଛି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ମୋ ଭାରତ’। ବାଳକ ଜଣକ ଏକ ପାହାଡ଼ିଆ ଅଞ୍ଚଳରେ ଠିଆ ହୋଇ ଗୀଟାର ବଜାଉଛନ୍ତି। ସେ ଏଥିରେ ବର୍ଡର ଫିଲ୍ମର ଗୀତ ‘ସନ୍ଦେଶେ ଆତେ ହୈ’ ଗାଉଛନ୍ତି। କିଛି ସମୟ ପରେ ଜଣେ ଝିଅ ମଧ୍ୟ ତାଙ୍କ ସହିତ ଗୀତ ଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଦୁହେଁ ମୁହଁରେ ହସ ଫୁଟାଇ ବହୁତ ଭଲ ଭାବେ ଗୀତଟିକୁ ଗାଉଛନ୍ତି। ଗୀତ ଶୁଣିବା ପରେ ତୁମେ ମଧ୍ୟ ଅନୁଭବ କରିବ ଯେ, ଏହି ଗୀତଟି ବୋଧେ ଅରିଜନାଲ।

Share