Categories: ଖେଳ

ଓଏଫ୍‌ସିର ବିଜୟଧାରାରେ ବ୍ରେକ୍‌

ଭୁବନେଶ୍ୱର,୪ା୩(ସରୋଜ ଜେନା): ଚେନ୍ନାଇନ୍‌ ଏଫ୍‌ସି ନିକଟରୁ ୨-୧ରେ ହାରିବା ସହିତ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)ର ବିଜୟ ରଥରେ ବ୍ରେକ୍‌ ଲାଗିଛି। ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ଟି କଡା ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଜୋର୍ଡାନ ମରେଙ୍କ ଇଞ୍ଜୁରୀ ଟାଇମ ଗୋଲରେ ହାରିଥିଲା ଓଏଫ୍‌ସି। ଏହା ସହିତ ଓଏଫ୍‌ସିର ୧୩ ମ୍ୟାଚ୍‌ ବିଜୟ ଧାରାରେ ବ୍ରେକ୍‌ ଲାଗିଛି। ଅକ୍ଟୋବର ମାସରେ ଶେଷ ଥର ଦଳ ଏଫ୍‌ସି ଗୋଆ ନିକଟରୁ ପରାଜିତ ହୋଇଥିଲା।
ମ୍ୟାଚ୍‌ ଆରମ୍ଭରୁ ଚେନ୍ନାଇନ୍‌ ଏଫ୍‌ସି ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ମ୍ୟାଚ୍‌ର ଷଷ୍ଠ ମିନିଟରେ ଅଙ୍କିତ ମୁଖାର୍ଜୀ ଓଏଫ୍‌ସିକୁ ଆଗୁଆ କରିଥିଲେ। କର୍ନର ମିଳିଥିବା ବେଳେ ଚମତ୍କାର ହେଡର ଜରିଆରେ ସେ ସ୍କୋର କରିଥିଲେ। ଓଏଫ୍‌ସି ସ୍କୋର କରିବାରେ ଅସମର୍ଥ ହୋଇଥିବା ବେଳେ ପ୍ରଥମାର୍ଦ୍ଧରେ ଚେନ୍ନାଇନ ୧-୦ରେ ଆଗୁଆ ରହିଥିଲା। ମ୍ୟାଚ୍‌ର ୭୮ ତମ ମିନିଟରେ ରୟ କ୍ରିଷ୍ଣା ଏକ ଗୋଲ ଦେଇ ମ୍ୟାଚ୍‌କୁ ସମାନ୍ତର ସ୍ଥିତିକୁ ଆଣିଥିଲେ। କର୍ନର କିକ୍‌ରୁ ଆମେ ରନାଓ୍ବଡେଙ୍କ ଆସିଷ୍ଟକୁ ହେଡ କରି ରୟ କ୍ରିଷ୍ଣା ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ମ୍ୟାଚ୍‌ ଏକ ଡ୍ର ଆଡକୁ ଯାଉଥିବା ବେଳେ ଇଞ୍ଜୁରୀ ଟାଇମରେ ସ୍କୋର କରିଥିଲେ ଜୋର୍ଡାନ ମରେ। ୯୦+୪ ମିନିଟରେ ସେ ଗୋଲ ଦେବା ସହ ମ୍ୟାଚ୍‌ର ଫଳାଫଳ ଚେନ୍ନାଇନ ଆଡକୁ ମୋଡି ଦେଇଥିଲେ। ଏହି ମ୍ୟାଚ୍‌ର ଫଳାଫଳ ସହ ଓଏଫ୍‌ସି ୧୮ ମ୍ୟାଚ୍‌ରୁ ୩୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚେନ୍ନାଇନ୍‌ ୧୭ ମ୍ୟାଚ୍‌ରୁ ୧୮ ପଏଣ୍ଟ ସହ ଦଶମ ସ୍ଥାନରେ ରହିଛି।

Share