Categories: ଫୁରସତ

ଯୌତୁକ ପାଇଁ ଗଛରେ ବନ୍ଧାହେଲେ ବର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପ୍ରତାପଗଡ଼ରେ ବରକୁ ଯୌତୁକ ଦାବି କରିବାରୁ ଗ୍ରାମବାସୀ ତାଙ୍କୁ ଗଛରେ ବାନ୍ଧି ଦେବା ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ଗ୍ରାମରେ ଗତ ମଙ୍ଗଳବାର ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଳା ପିନ୍ଧାଇବା ସମୟରେ ବର ଅମରଜିତ କନ୍ୟା ଘରକୁ ଯୌତୁକ ଦାବି କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଗ୍ରାମବାସୀ ବରକୁ ନିକଟସ୍ଥ ଗଛରେ ବାନ୍ଧି ଦେଇଥିଲେ। ସୂଚନା ପାଇ ମନ୍ଧତା ପୋଲିସ ସେଠାରେ ପହଞ୍ଚତ୍ ବରକୁ ଥାନାକୁ ନେଇଯାଇଥିଲେ। ଅମରଜିତ ଓ କନ୍ୟା ଘର ଲୋକେ ବାହାଘର ପାଇଁ ରାଜି ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଉପସ୍ଥିତିରେ ବିବାହ ଆୟୋଜନରେ କନ୍ୟା ଘର ଖର୍ଚ୍ଚ କରିଥିବା ଟଙ୍କାକୁ ଅମରଜିତଙ୍କ ପରିବାର ଲୋକେ ଦେବାନେଇ ନିଷ୍ପତ୍ତି ନିଆଗଲା।

Share