Advertisement

ଗୁଜରାଟରେ ବଡ଼ ଦୁର୍ଘଟଣା: ବୁଲେଟ୍‌ ଟ୍ରେନ୍‌ ପାଇଁ ନିର୍ମାଣ ହେଉଥିବା ବ୍ରିଜ୍‌ ଭୁଶୁଡ଼ିଲା, ଫସି ରହିଛନ୍ତି ୪ ଶ୍ରମିକ

ଗାନ୍ଧିନଗର,୫।୧୧: ଗୁଜରାଟରେ ନିର୍ମାଣାଧୀନ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପରେ ବଡ଼ ଦୁର୍ଘଟଣା ଘଟିଛି। ଭାସାଦ ନିକଟରେ ନିର୍ମାଣାଧୀନ ବ୍ରିଜର ଏକ ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ ଭଗ୍ନାଂବଶେଷ ତଳେ ପୋତି ହୋଇଯାଇଛନ୍ତି।

ଖବର ଅନୁଯାୟୀ, ଭାସାଦ ନଦୀ ନିକଟରେ ଚାଲିଥିବା ବୁଲେଟ୍‌ ଟ୍ରେନ୍‌ ପ୍ରୋଜେକ୍ଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ବିଶାଳ କଂକ୍ରିଟ ସ୍ଲାବ ତଳେ ପୋତି ହୋଇ ରହିଛନ୍ତି। ଦୁର୍ଘଟଣା ନେଇ ସୂଚନା ପାଇବା ପରେ ଆନନ୍ଦ ପୋଲିସ, ଅଗ୍ନିଶମ ବାହିନୀ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଫସି ରହିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: National