କାଳବୈଶାଖୀରେ ଭାଙ୍ଗିଲା ଗଛ

ଅନୁଗୋଳ ଅଫିସ, ୧୮।୫: ଅନୁଗୋଳ ଏବଂ ତାଳଚେର ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇଛି । କାଳବୈଶାଖୀ ମେଘ ପ୍ରଭାବରେ ବହୁତ ଗଛର ଡାଳ ଭାଙ୍ଗି ରାସ୍ତା ଉପରେ ପଡିଛି । ଫଳରେ କୁଡୁଲ ଦେଇ ଅନୁଗୋଳରୁ ତାଳଚେରକୁ ଯାତାୟତ ବିଚ୍ଛିନ୍ନ ହୋଇଛି । ଅଧିକାଂଶ ଘରର ଆଜବେଷ୍ଟସ ଏବଂ ଟିଣ ଛପର ଉଡ଼ିଯାଇଛି । ବିଜୁଳି ସହପ୍ରବଳ ବଜ୍ରପାତ ମଧ୍ୟ ହୋଇଛି । ତେବେ କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡିନାହିଁ । ଦିନ ପ୍ରାୟ ୩ଟାରୁ ଏହି କାଳବୈଶାଖୀ ଆରମ୍ଭ ହୋଇଛି । ବର୍ଷା ଯୋଗୁ ତାତିରୁ ସାମାନ୍ୟ ଆଶ୍ୱସ୍ଥି ମିଳିଛି।