ଓଡ଼ିଶାରେ ଭାଇ ଭଉଣୀ ସରକାର ଚାଲିଛି

ଖୋର୍ଦ୍ଧା,୯ା୮(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧାଗଡ଼ ପରିସରରେ ଅନୁଷ୍ଠିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଓଡ଼ିଶାରେ ଭାଇଭଉଣୀ ସରକାର ଚାଲିଛି। ସୂରଜଙ୍କୁ ସେ ଭାଇ ବୋଲି ସମ୍ବୋଧିତ କରିଥିଲେ। ବାହାରିବା ବେଳେ ଭାଇଭଉଣୀ ବରୁଣେଇ ପାହାଡ଼ ପରିଦର୍ଶନ କରିବେ ବୋଲି ସେ ଭାବିଥିଲେ। ସେହି ଅନୁଯାୟୀ ଏଠାରେ ଆସି ପହଞ୍ଚିଥିଲୁ ବୋଲି ପ୍ରଭାତୀ କହିଛନ୍ତି।
ପୂର୍ବରୁ ଭାଜପାର ଏକ ସାଙ୍ଗଠନିକ ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ଜଗାବଳିଆ ଓ ସୁଭଦ୍ରା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।

Share