ଶ୍ରୀମନ୍ଦିର ପାଇଁ ୨୪୮ କୋଟି ଟଙ୍କାର ବଜେଟ ଅନୁମୋଦନ

ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷିତ ଅଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ମିଳିତ ଭାବରେ ଆଗେଇ ନେବା ଉଚିତ୍‌। ମହାପ୍ରଭୁଙ୍କ କାର୍ଯ୍ୟ ହେଉଛି ସମସ୍ତଙ୍କ କାର୍ଯ୍ୟ। ଏଥିରେ ବିରୋଧ କିମ୍ବା ବାଧା ଦେବା ଉଚିତ ନୁହେଁ। ଯଦି କିଛି ଦ୍ବନ୍ଦ ଅଛି ତାହାଲେ ଏହାକୁ ମିଳିତ ଭାବରେ ସମାଧାନ କରିବା। ୨୨-୨୩ ପାଇଁ ୨୪୮ କୋଟି ଟଙ୍କାର ବଜେଟ୍‌ ଅନୁମୋଦନ ହୋଇଛି।

Share