ବିବାହ ମଣ୍ଡପରେ ବୁଲିଲା ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୨୨ା୩: ବଲାଙ୍ଗୀର ସହର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟସ୍ଥିତ ଆର୍ଯ୍ୟ ପ୍ୟାଲେସ ନାମକ ଏକ ବିବାହ ମଣ୍ଡପରେ ବୁଲ୍‌ଡୋଜର ବୁଲିଛି। ବୁଧବାର ବଲାଙ୍ଗୀର ପୋଲିସ ଏବଂ ପ୍ରଶାସନିକ ଟିମ୍‌ ଜେସିବି ମେଶିନ ଧରି ଆର୍ଯ୍ୟ ପ୍ୟାଲେସରେ ପହଞ୍ଚି ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି। ବେଆଇନ ଭାବେ ୧୭ ଡିସିମିଲ ଇଡ୍‌କୋ ଜମି ଉପରେ ଥିବା ଏହି ବିବାହ ମଣ୍ଡପକୁ ଉଚ୍ଛେଦ କରାଯାଉଛି ।

ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କ ଉପସ୍ଥିତରେ ଏସ୍‌ଡିପିଓ ତୋଫାନ ବାଗ, ଟାଉନ ଥାନା ମନବୋଧ ବିଶ୍ବଜିତ୍‌, ଇଡ୍‌କୋ ଡିଭିଜନାଲ ମ୍ୟାନେଜର ନୀଳମଣି ଜ୍ଞାନଚାନ୍ଦଙ୍କ ଉପସ୍ଥିତିରେ ପ୍ରଶାସନିକ ଟିମ୍‌ ଘରଭଙ୍ଗା ଅଭିଯାନ ଆରମ୍ଭ କରିଛି।

ଉପଜିଲାପାଳ କୁମାର ନାଗଭୂଷଣ କହିଛନ୍ତି ଯେ, ଆର୍ଯ୍ୟ ପ୍ୟାଲେସ ବିବାହ ମଣ୍ଡପରୁ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତି ଆପରାଧିକ କାର୍ଯ୍ୟ କରୁଥିଲେ। ଇଡ୍‌କୋ ଜମିରେ ସିମେଣ୍ଟ କାରଖାନା ପାଇଁ ଅନୁମତି ଦିଆଯାଇ ଥିବାବେଳେ ବିବାହ ମଣ୍ଡପ କରି ସେଠାରୁ ଅପରାଧିକ କାର୍ଯ୍ୟକଳାପ କରୁଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ବଲାଙ୍ଗୀର ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଅଭିଯୁକ୍ତ ଚିତ୍ତରଞ୍ଜନ ଗିରଫ ହୋଇ ଏବେ ବି ଜେଲରେ ଅଛନ୍ତି।

Share