ଦ୍ୱିତୀୟ ବିଶ୍ୱଯୁଦ୍ଧର ସେହି ଲୋମହର୍ଷଣକାରୀ ଘଟଣା…

ଟିକେ ଚିନ୍ତା କରନ୍ତୁ ଆପଣ ସାମରିକ ବାହୀନର ଏକ ଅଂଶ। ଆଉ ଟ୍ରପିକାଲ ଦ୍ୱୀପରେ ଶତ୍ରୁ ଚାରି ଆଡ଼ୁ ଘେରି ରଖିଛନ୍ତି। ଏଠୁ ଖସିବାର ଏକମାତ୍ର ବାଟ ଜଳ ମାର୍ଗ, ଯାହାକି ଅତ୍ୟଧିକ ପଙ୍କୁଆ। ସେଥିରେ ଅଛନ୍ତି ବିଶ୍ୱର ସବୁଠୁ ବଡ଼ ଓ ଘାତକ ଲୁଣିପାଣି କୁମ୍ଭୀର। ଏଭଳି ପରିସ୍ଥିତିରେ ଦୁଇଟ ବାଟ ରହୁଛି। ପ୍ରଥମଟି ଶତ୍ରୁ ହାତରେ ଜୀବନ ସମର୍ପି ଦେବେ ନା ନିଜକୁ ବଞ୍ଚାଇବା ପାଇଁ କୁମ୍ଭୀରଙ୍କ ଘର ଦେଇ ଖସିବାକୁ ଚେଷ୍ଟା କରିବେ।

ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ରାମରି ଦ୍ୱୀପ (ଏବେକାର ନାମ ସିଟ୍ଟଓ୍ବେ ଓ ମିଆଁମାରର ଅଂଶ)ରେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଜାପାନୀ ସେନା। ଏହି ଦ୍ୱୀପ ରଣନୀତି ଦୃଷ୍ଟିରୁ ଥିଲା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ୧୯୪୫ରେ ଏୟାରବେସ ନିର୍ମାଣ କରିବା ପାଇଁ ଏହି ଦ୍ୱୀପ ଉପରେ ଆକ୍ରମଣ କରିଥିଲା ବ୍ରିଟିଶ ସେନା। ପ୍ରାରମ୍ଭିକ ଯୁଦ୍ଧ ପରେ ପଛ ଘୁଞ୍ଚା ଦେଇଥିଲେ ୧ ହଜାର ଜାପାନୀ ସୈନ୍ୟ। ସେମାନେ ପ୍ରବଳ ପଙ୍କୁଆ ଜଳାଶୟରେ ପସିଯାଇଥିଲେ, ଯାହାକି ରାମରି ଦ୍ୱୀପର ୮-୧୦ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି। ଏହା ପରେ ଘଟିଥିଲା ଯୁଦ୍ଧ ଇତିହାସର ଅଦ୍ଭୁତପୂର୍ବ ଘଟଣା।

ପରାଜୟ ସ୍ବୀକାର କରିବାକୁ ବ୍ରିଟିଶ ସେନା ପକ୍ଷରୁ ଦିଆଯାଇଥିଲା ପ୍ରସ୍ତାବ। ହେଲେ ସମର୍ପଣ କରିବା ବଦଳରେ ସେମାନେ ଉଦ୍ୟମ କଲେ ଖସିବାକୁ। ଜଳାଶୟ କୂଳରେ ରହି ଅପେକ୍ଷା କରିଥିଲେ ବ୍ରିଟିଶ ସେନା। କାରଣ ସେମାନଙ୍କୁ ଜଣା ଥିଲା ଆଗକୁ କ’ଣ ହେବାକୁ ଯାଉଛି। କୁମ୍ବୀର ଆକ୍ରମଣରେ ବହୁ ସଂଖ୍ୟାରେ ସୈନ୍ୟ ଜୀବନ ହରାଇ ଥିଲେ। କେତେ ସୈନ୍ୟ ଖସିବାରେ ସଫଳ ହୋଇଥିଲେ, ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ ଓ୍ବିକିପିଡିଆରେ ୪୮୦ ଲିଖିତ ଥିବାବେଳେ ପ୍ରାଣଘାତୀ ଜଳାଶୟରୁ କେବଳ ୨୦ ଜଣ ଜୀବନ୍ତ ବାହାରିଥିଲେ। ସେମାନେ ଧରା ପଡ଼ିଥିବା ବ୍ରିଟିଶ ସେନା ପକ୍ଷରୁ ସୂଚନା ଦେଇଥିଲା।

ରାମରି ଦ୍ୱୀପରେ ଘଟିଥିବା କୁମ୍ବୀର ଆକ୍ରମଣ ଘଟଣା ଏବେ ମଧ୍ୟ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକଡର୍‌ସରେ ଲିପିବଦ୍ଧ ହୋଇ ରହିଛି। କୁମ୍ବୀରଙ୍କ ବ୍ୟତୀତ ଜଳାଶୟରେ ବିଷାକ୍ତ ଶାପ, ବିଛା, ପୋକ, ମଶା ମଧ୍ୟ ଥିଲେ। ଏଥି ଯୋଗୁ ମଧ୍ୟ ବହୁ ସଂଖ୍ୟାରେ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ରାମରି ଦ୍ୱୀପର ସେହି ଦୃଶ୍ୟ କେତେ ଯେ ଭୟଙ୍କର ଥିଲା, ତାହା ସେହି ଯୁଦ୍ଧରେ ଭାଗ ନେଇଥିବା ବ୍ରୁସ ଷ୍ଟାନଲି ରାଇଟ୍‌ ତାଙ୍କ ଆତ୍ମଜୀବନିରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri