୧୭ ଦିନ ପୂର୍ବରୁ ନିଖୋଜ ବିମାନର ମିଳିଲା ସନ୍ଧାନ, ଦୁଇ ପାଇଲଟଙ୍କର…

ନୂଆଦିଲ୍ଲୀ, ୩୦।୦୭: ପାଖାପାଖି ୧୭ଦିନ ହେବ ନିଖୋଜ ଥିବା କମ଼୍େବାଡ଼ିଆ ସେନାବାହିନୀର ହେଲିକପ୍ଟରର ଭଗ୍ନାବଶେଷ ମିଳିଛି । ସୋମବାର ଏକ ପର୍ବତ ଉପରେ ଏହାର ଅଂଶ ବିଶେଷ ଦେଖିବାକୁ ମିଳିଛି । ହେଲିକପ୍ଟରରେ ଦୁଇ ପାଇଲଟ୍‌ ରହିଥିଲେ । ସରକାର ଏବଂ ଆଧିକାରିକ ଏଜେନ୍ସି ଏନେଇ ସୂଚନା ଦେଇଛି । ରକ୍ଷା ମନ୍ତ୍ରଣାଳୟର ଆଧିକାରିକ ଫେସ୍‌ବୁକ୍‌ ପେଜ୍‌ର ଏକ ପୋଷ୍ଟରେ କୁହାଯାଇଛି ଯେ ନିଖୋଜ ବିମାନଟି ଦକ୍ଷିଣ-ପଶ୍ଚିମ ପ୍ରାନ୍ତର ଘନ ଜଙ୍ଗଲର ପର୍ବତ ନିକଟରେ ଦେଖିବାକୁ ମିଳିଛି । ଏହି ହେଲିକପ୍ଟର ୧୨ ଜୁଲାଇରେ ପ୍ରଶିକ୍ଷଣ ପାଇଁ ଉଡ଼ାଣ ଭରିଥିଲା ।

ପାଣିପାଗ ଖରାପ କାରଣରୁ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ହେଲିକପ୍ଟରଟିର ବାୟୁସେନା ମୁଖ୍ୟାଳୟ ସହିତ ସଂପର୍କ ତୁଟି ଯାଇଥିଲା । ସେବେଠାରୁ ବିମାନଟିକୁ ଖୋଜାଖୋଜି ଜାରି ରହିଥିଲା । ଦୁର୍ଘଟଣାସ୍ଥଳକୁ ପଠାଯାଇଥିବା ସୈନ୍ୟଙ୍କ ସୂଚନା ଅନୁସାରେ କ୍ଷତିଗ୍ରସ୍ତ ହେଲିକପ୍ଟର ମଧ୍ୟରୁ ଜଣେ ପାଇଲଟଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟଜଣେ ଏବେବି ନିଖୋଜ ରହିଛନ୍ତି ।

Share