Categories: ଫୁରସତ

ଚଳନ୍ତା ଟ୍ରେନ୍‌ ନିକଟକୁ ଚାଲି ଆସିଲା କାର୍‌, ବୁଦ୍ଧି ଖଟାଇଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ…

ଏକ ଲେଭଲ୍‌ କ୍ରସିଂ ପାର୍‌ ହେଉଥିବା ବେଳେ ଲୋକଙ୍କୁ ସର୍ବଦା ମନେ ରଖିବାକୁ ହେବ ଯେ, ଟ୍ରେନ ଆସୁଛି କି ନାହିଁ। ଏହା ପରେ ରାସ୍ତା ପାର୍‌ ହେବା ଜରୁରୀ। ଅବଶ୍ୟ ଅଧିକାଂଶ କ୍ରସିଂରେ ଗେଟ୍‌ ରହିଥାଏ। ଯାହାଫଳରେ ଟ୍ରେନ୍‌ ଆସିବା ସମୟରେ ରାସ୍ତା ବନ୍ଦ ହୋଇଯାଏ। କିନ୍ତୁ କିଛି ଲୋକ ଶୀଘ୍ର ଗେଟ୍‌ ଅତିକ୍ରମ କରିବାକୁ ଚାହିଁଥାନ୍ତି। ଅନେକ ସମୟରେ ଏପରି ଲୋକଙ୍କ ସହିତ ଦୁର୍ଘଟଣା ଘଟେ। କିନ୍ତୁ ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଟ୍ରେନ୍‌ ଟ୍ରାକ୍‌ରେ ଆସୁଥିବା ସମୟରେ ଏକ କାର୍‌ ରେଳ କ୍ରସିଂ ପାର୍‌ ହେଉଥିବା ଦେଖିବାକୁ ମିଳୁଛି। ତେବେ ଗେଟ୍‌ ବନ୍ଦ ଥିବା ବେଳେ କାର୍‌ଟି କିପରି ସେହି ଗେଟ୍‌ ଅତିକ୍ରମ କଲା ତାହା ବୁଝା ପଡୁନାହିଁ।

@Dr_MashorGulati ଏକ ଭିଡିଓ ଶେୟାର କରାଯାଇଛି। ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମିଛି। କିନ୍ତୁ କାର୍‌ଟି ସେହି ଫାଟକ ପାର୍‌ ହୋଇ ଟ୍ରାକ୍‌ ଆଡକୁ ଆସିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଅନ୍ୟ ପାର୍ଶ୍ୱରୁ ଏକ ଟ୍ରେନ୍‌ ମଧ୍ୟ ଆସୁଛି। ଉଭୟ ଯାନକୁ ଦେଖିଲେ ଲାଗୁଛି କାର୍‌ଟି ଟ୍ରେନ୍‌ ଧକ୍କାରେ ଚୂର୍‌ମାର୍‌ ହୋଇଯିବ। କିନ୍ତୁ ଟ୍ରେନର ଡ୍ରାଇଭର ଧିରେ ଧିରେ ଟ୍ରେନ୍‌ ଚଳାଇଥିଲେ। କାର୍‌ ଡ୍ରାଇଭର ମଧ୍ୟ କାର୍‌ଟିକୁ ଖୁବ୍‌ ହୁସିଆର ସହିତ ଚଳାଇ ନେଇ ଠିକ୍‌ ପାଖରେ ପାର୍କିଂ କରିଦେଲେ। ଫଳରେ ଏକ ବଡ଼ ବିପଦ ଟଳିଗଲା।

ଟ୍ରେନ ନମ୍ବର ହେଉଛି ୟୁପି-୧୬। ଯାହାକି ଉତ୍ତରପ୍ରଦେଶର ନୋଏଡା ସହରର ଆରଟିଓ କୋଡ ହୋଇଥିବା ବେଳେ ଏହାର ନାମ ଚମ୍ପାରଣ ସତ୍ୟାଗ୍ରହ ଏକ୍ସପ୍ରେସ୍‌। ଯାହା ଆନନ୍ଦ ବିହାର ଟର୍ମିନାଲ୍‌ରୁ ବାପୁଧାମ ମୋତିହାରୀକୁ ଚଳାଚଳ କରେ। ତେଣୁ ଉଭୟ ଯାନକୁ ଦେଖିଲେ ଅନୁମାନ କରାଯାଇପାରେ ଯେ, ଏହା ଦିଲ୍ଲୀ-ଏନ୍‌ସିଆରର ଏକ ଦୃଶ୍ୟ। ତେବେ ଏହା ସ୍ପଷ୍ଟ ହୋଇନାହିଁ।

ଏହି ଭିଡିଓଟିକୁ ୨୨ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଜୀବନରେ କେହି ଅଟକି ଯିବାକୁ କାହିଁକି ପ୍ରସ୍ତୁତ ନୁହନ୍ତି? ଅନ୍ୟ ଜଣେ କହିଛନ୍ତି ଏହା ମୁର୍ଖଙ୍କ କାମ।

 

 

Share