କଥାରେ ଅଛି ରଖେ ହରି ତ ମାରେ କିଏ। ସେଭଳି କିଛି ଘଟିଛି ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଦୀର୍ଘ ୧୦ ଘଣ୍ଟା ଧରି ବରଫ ତଳେ କାର୍ ଭିତରେ ଫସି ରହିଥିଲେ ସେ। ହେଲେ ସୌଭାଗ୍ୟବଶତଃ ସେ ନୂଆ ଜୀବନ ପାଇଛନ୍ତି।
ଘଟଣାଟି ଏପରି। ଶୀତ ଦିନ ହୋଇଥିବାରୁ ଆମେରିକାରେ ସମୟ ସମୟରେ ବରଫ ଝଡ଼ ହେଉଛି। ଏହି ସମୟରେ ଘରୁ ବାହାରକୁ ବାହାରିବା ବିପଦଜ୍ଜନକ ହୋଇଥିବା ବେଳେ ଓବେଗା ସହରର କେଭିନ୍ କ୍ରିସେନ ନାମକ ଜଣେ ବ୍ୟକ୍ତି କାର୍ ଯୋଗେ ଯାତ୍ରା କରୁଥିଲେ। ତାଙ୍କୁ ଏକ ଟ୍ରକ୍ ଧକ୍କା ଦେବା ପରେ ସେ ଏକ ଖାଲରେ ପଡ଼ିଯାଇଥିଲେ। ତାଙ୍କ ଗାଡିଟି ବରଫ ପାହାଡ଼ ଭିତରେ ପଶିଯାଇଥିଲା। କାର ଭିତରୁ ବାହାରିବା ସମ୍ଭବ ହୋଇ ନ ଥିଲା। ଦଶ ଘଣ୍ଟା ଯାଏ ସେ ସେଠାରେ ଫସି ରହିଥିଲେ।
ରାତି ଅଧରେ ଏଭଳି ଘଟିବା ଯୋଗୁ କେଭିନ ୯୧୧ ନମ୍ବର ସହ ଯୋଗାଯୋଗ କରିଥିଲେ। ପ୍ରଥମେ ବିଫଳ ହେବା ପରେ କିଛି ଘଣ୍ଟା ପରେ ତାଙ୍କୁ ବଞ୍ଚାନ୍ତୁ, ସେ ଫସି ରହିଛନ୍ତି ବୋଲି ଅଧିକାରୀମାନଙ୍କୁ ଜଣାଇଥିଲେ। ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି କାର୍ ଡୋର୍ ଭାଙ୍ଗି ତାଙ୍କୁ ବାହାର କରିଥିଲେ। ସେତେବେଳକୁ କେଭିନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ କରିଥିଲା। ଏପରିକି ଯଦି ଆଉ ଗୋଟିଏ ଘଣ୍ଟା ଡେରି ହୋଇଥାନ୍ତା ତେବେ ହୁଏତ ସେ ଜୀବନ ହାରି ଥାନ୍ତେ ବାଲି ଜଣାପଡ଼ିଛି।