ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଲା କାର୍‌

କେନ୍ଦୁଝର,୨୩।୫ (ସ୍ବ.ପ୍ର): କାଞ୍ଜିିପାଣି ଥାନା ନିକଟରେ ଏନ୍‌ଏଚ୍‌ ୪୯ରେ ହଠାତ୍‌ ଏକ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିଲେ ମଧ୍ୟ କାର୍‌ରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘାଟି ରାସ୍ତା ପୂର୍ବରୁ କାର୍‌ରୁ ଧୂଆଁ ବାହାରୁଥିବା ଦେଖି ସେମାନେ ଗାଡି ଅଟକାଇ ଓହ୍ଲାଇ ବାହାରକୁ ପଳାଇଯାଇଥିଲା। ପରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳଥିଲା। ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା। ଗାଡି ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ।

Share