Categories: ଜାତୀୟ

ଫୁଟପାଥରେ ଯାଉଥିବା ୫ ଲୋକଙ୍କୁ ଧକ୍କା ଦେଲା କାର, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୧୯।୧୦ : କର୍ନାଟକର ମାଙ୍ଗାଲୁରୁରେ ହିଟ ଓ ରନ ମାମଲା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଠାରେ ଏକ ଫୁଟପାଥରେ ଯାଉଥିବା ପାଞ୍ଚ ଜଣଙ୍କୁ ଦ୍ରୁତ ଗତିରେ ଆସୁଥିବା କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସିସିଟିଭି ଫୁଟେଜରେ ଲୋକମାନେ ମାଙ୍ଗାଲୁରୁର ମନନାଗୁଡା ଜଙ୍କଶନ ନିକଟରେ ଏକ ଜନବହୁଳ ଫୁଟପାଥରେ ବୁଲୁଥିବା ଦେଖିବାକୁ ମିଳୁଛି। ହଠାତ ଏକ କାର ଆସି ଫୁଟପାଥରେ ଯାଉଥିବା ଦୁଇ ମହିଳା ଏବଂ ତିନି ଝିଅଙ୍କୁ ଧକ୍କା ଦେଉଛି।

ପୋଲିସ କହିଛି ହୁଣ୍ଡାଇ ଇଅନ କାରକୁ କମଲେଶ ବଲଦେବ ଚଳାଉଥିଲେ। ଭିଡିଓରେ ଦେଖାଯାଉଛି ପଛରୁ ଆସୁଥିବା କାର ପ୍ରଥମେ ଚାରି ଜଣଙ୍କୁ ଧକ୍କା ଦେଇଥିଲା। ଜଣେ ମହିଳାଙ୍କୁ ଧକ୍କା ଦେବା ପରେ ଅନ୍ୟ ଜଣେ ମହିଳାଙ୍କ ଦେହରେ ପିଟି ହୋଇଥିଲା। କାର ତାଙ୍କ ଆଡକୁ ଯାଉଥିବା ଦେଖି ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲା। କେବଳ ଏତିକି ନୁହେଁ, କାରଟି ଫୁଟପାଥରେ ଏକ ଖୁଣ୍ଟକୁ ଧକ୍କା ଦେଇଥାଏ। ପରେ କାର ଡ୍ରାଇଭର ଡିଭାଇଡରରେ ପିଟି ହେବା ପୂର୍ବରୁ ଧକ୍କା ଦେଇଥିବା ମହିଳାଙ୍କୁ କିଛି ମିଟର ଟାଣି ନେଇଥିଲା।

ଏହି ଘଟଣା ମାତ୍ର ୬ ସେକେଣ୍ଡରେ ଘଟିଥିଲା। ଆଖପାଖର ଲୋକମାନେ କିଛି ବୁଝିିବା ପୂର୍ବରୁ ଅଭିଯୁକ୍ତ ଜଣକ କାରରେ ପାଞ୍ଚ ଜଣଙ୍କୁ ଧକ୍କା ଦେଇଥିଲା ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ତିନିଜଣ ଝିଅଙ୍କ ସମେତ ଚାରିଜଣ ଆହତ ହୋଇଥିଲେ। ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତ କାରଟିକୁ ଏକ ଶୋ’ରୁମ ସମ୍ମୁଖରେ ରଖି ତାଙ୍କ ଘରକୁ ପଳାଇ ଯାଇଥିଲେ। ପୋଲିସ କହିଛି ଅଭିଯୁକ୍ତ ତାଙ୍କ ପିତାଙ୍କ ସହ ପୋଲିସ ଷ୍ଟେଶନକୁ ଆସିଥିଲେ।

ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗାଡିଗୁଡିକ ଅଟକି ଯାଇଥିଲା। ଆହତମାନଙ୍କୁ ଲୋକେ ଉଦ୍ଧାର କରିଥିଲେ। ଆହତଙ୍କୁ ଅଟୋରେ ଡାକ୍ତରଖାନା ନିଆଯାଇଥିଲା। ଏହି ଦୁର୍ଘଟଣାରେ ୨୩ ବର୍ଷିୟ ରୂପଶ୍ରୀଙ୍କର ମୃତ୍ୟୁ ଘଟିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

Share