Categories: ଜାତୀୟ

ଗଛରେ ବାଘର ଝୁଲନ୍ତା ମୃତଦେହ

ଭୋପାଳ, ୮।୧୨: ମଧ୍ୟପ୍ରଦେଶ ବିକ୍ରମପୁରର ପାନ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଝୁଲନ୍ତା ଅବସ୍ଥାରେ ଏକ ବାଘର ମୃତଦେହ ମିଳିଛି। ଅଣ୍ଡିରା ବାଘର ବୟସ ୨ ବର୍ଷ ହୋଇଥିବାବେଳେ ପାନ୍ନାରେ ଏଭଳି ପ୍ରଥମ ଘଟଣା ଘଟିଥିବା କୁହାଯାଉଛି। ବନ ବିଭାଗ ପକ୍ଷରୁ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି। ପାଖ ଗାଁର ଲୋକେ ଶିକାର ପାଇଁ ଉଦ୍ୟାନକୁ ଆସିଥିବାବେଳେ ଭୁଲ୍‌ବଶତଃ ବାଘ ସେମାନଙ୍କ ଫାନ୍ଦରେ ପଡ଼ିଯାଇଥିବା ସନ୍ଦେହ କରାଯାଉଛି। ବୁଧବାର ଡଗ୍‌ ସ୍କ୍ବାଡ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଥିବାବେଳେ ବାଘର ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ବନ ବିଭାଗ ଉଚ୍ଚାଧିକାରୀ କହିଛନ୍ତି।

Share