ଘର ଉପରେ ଖସି ପଡିଲା କାର୍ଗୋ ବିମାନ

ବର୍ଲିନ,୨୬।୧୧: ପାର୍ସଲ ଏବଂ କ୍ୟୁରିଅର୍‌ ସେବା ଯୋଗାଉଥିବା ଜର୍ମାନୀର DHL କମ୍ପାନୀର ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣା ୨୫ ନଭେମ୍ବର (ସୋମବାର) ରେ ଘଟିଥିଲା । ଏହି ଦୁର୍ଘଟଣା ଲିଥୁଆନିଆର ରାଜଧାନୀ ନିକଟରେ ଘଟିଛି । ବିମାନଟି ଏକ ଘର ଉପରେ ଖସିପଡିଥିଲା, ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବିମାନରେ ତିନି ଜଣ ଲୋକ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏଲଆରଟି ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଦୁର୍ଘଟଣା ପରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ଜଣଙ୍କର ମୃତ ଘୋଷଣା କରାଯାଇଛି। ଏକ କାର୍ଗୋ ବିମାନ ଦୁର୍ଘଟଣା ବିମାନବନ୍ଦର ନିକଟରେ ଥିବା ଦୁଇ ମହଲା ଘର ଉପରେ ଘଟିଥିଲା । ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି।

ଲିଥୁଆନିଆ ବିମାନବନ୍ଦର କର୍ତ୍ତୃପକ୍ଷ ଏହି ବିମାନକୁ ଜର୍ମାନୀର ଲିପଜିଗରୁ ଭିଲ୍ନିୟସ ବିମାନବନ୍ଦରକୁ ଉଡ଼ୁଥିବା ଏକ ଡିଏଚଏଲ କାର୍ଗୋ ବିମାନ ବୋଲି ଚିହ୍ନଟ କରିଛନ୍ତି। ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ସେବା ଯୋଗାଇ ଦିଆଯାଇଥିଲା। ଏହା ସହିତ ଅନ୍ୟ ଜରୁରୀକାଳୀନ ସେବାକୁ ଘଟଣାସ୍ଥଳକୁ ପଠାଯାଇଥିଲା। ପ୍ରାଥମିକ ଅନୁସନ୍ଧାନ ଏପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୬।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ...

ହିନ୍ଦୁ ସାଧୁଙ୍କ ଗିରଫକୁ ନେଇ ବାଂଲାଦେଶରେ ବଢୁଛି ହିଂସା, ଭାରତ ସରକାରଙ୍କୁ ସାହାଯ୍ୟ ମାଗିଲା ଇସ୍କନ

ଢାକା,୨୬।୧୧: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିବା ପରେ ଉତ୍ତେଜନା ବୃଦ୍ଧି ପାଉଛି। ଚିନ୍ମୟ...

ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ, ୧୬ ମୃତ

ଜାକର୍ତ୍ତା, ୨୬।୧୧: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ...

ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ପୂର୍ବକୁ ଢଳିଛି

ସିଓଲ, ୨୬ା୧୧:ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର(୩୧.୫ ଇଞ୍ଚ) ପର୍ଯ୍ୟନ୍ତ ପୂର୍ବ ଆଡ଼କୁ ଢଳିଛି।...

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

ଖୁବ୍‌ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ

ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍‌ଲା ତଥା ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ...

ବଡ଼ ଘୋଷଣା: ମୋଦିଙ୍କୁ ଗ୍ଲୋବାଲ ଶାନ୍ତି ପୁରସ୍କାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୧୧: ଆମେରିକାରେ ଭାରତୀୟ-ଆମେରିକୀୟମାନେ ଏକଜୁଟ ହୋଇ ଏକ ନୂତନ ସଂଖ୍ୟାଲଘୁ ସଂଗଠନ ଆରମ୍ଭ କରିଛନ୍ତି। ମେରିଲାଣ୍ଡର ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଇଣ୍ଡିଆନ-ଆମେରିକୀୟ ମାଇନର୍‌ରିଟିଜ୍‌(ଏଆଇଏଏମ୍‌)...

ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ

ଜେରୁଜେଲମ,୨୨।୧୧: ଗାଜାରେ ଯୁଦ୍ଧ ଅପରାଧ ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri