ନୂଆଦିଲ୍ଲୀ,୧୪।୧୦: ଭାରତୀୟ ଅର୍ଥନୀତିକୁ ନେଇ ସ୍ପେନର ଏକ ଖବରକାଗଜରେ ପ୍ରକାଶିତ ଆର୍ଟିକିଲ୍କୁ ନେଇ ବିବାଦ ଦେଖାଦେଇଛି। ସ୍ପେନର ସାପ୍ତାହିକ ଖବରକାଗଜ ‘ଲା ଭାନୁଗାର୍ଡିଆ’ର ପ୍ରଥମ ପୃଷ୍ଠାରେ ଭାରତର ଅର୍ଥନୀତିକୁ ସାପୁଆକେଳା ଭାବେ ଦର୍ଶାଯାଇଛି। ଖବରକାଗଜ ପୃଷ୍ଠାରେ ଏକ ସାପୁଆକେଳାର ଟୋକେଇରୁ ଏକ ସାପ ଗ୍ରାଫ ଭଳି ଉପରକୁ ଉଠୁଥିବା ଦେଖାଯାଉଛି, ଯାହାକୁକି ଅର୍ଥନୀତିର ଅଭିବୃଦ୍ଧି ଦେଖାଇବା ଲାଗି ବ୍ୟବହାର କରାଯାଇଛି। ଏହି ଲେଖା ଅକ୍ଟୋବର ୯ରେ ପ୍ରକାଶିତ ହୋଇଥିବା ବେଳେ ଏହାର ହେଡ୍ଲାଇନ୍ରେ ଲେଖାଯାଇଛି ‘ ଦ ଆଓ୍ବାର ଅଫ୍ ଦ ଇଣ୍ଡିଆନ୍ ଇକୋନୋମୀ’ ଅର୍ଥାତ ଭାରତୀୟ ଅର୍ଥବ୍ୟବସ୍ଥାର ସମୟ। ଏବେ ଏହାକୁ ନେଇ ଭାଜପା ଏମ୍ପିଠାରୁ ଆରମ୍ଭ କରି ବହୁ ସଂଖ୍ୟାରେ ଲୋକ ନିଜର ବିରୋଧ ପ୍ରଦର୍ଶନ କରୁଛନ୍ତି।
ବାଙ୍ଗାଲୋର ସେଣ୍ଟ୍ରାଲରୁ ଭାଜପା ଏମ୍ପି ଥିବା ପି.ସି ମୋହନ ଆର୍ଟିକିଲ୍କୁ ଶେୟାର କରି କଡ଼ା ଭତ୍ସନା କରିଛନ୍ତି। ଭାରତ ଯେଉଁଠାରେ ମଜଭୂତ ଅର୍ଥବ୍ୟବସ୍ଥାକୁ ନେଇ ବିଶ୍ୱ ଦରବାରରେ ପରିଚିତ ହେଉଛି, ଏଭଳି ସମୟରେ ସ୍ବାଧୀନତା ମିଳିବାର ଦଶନ୍ଧୀ ପରେ ଏଭଳି ଭାବେ ଏକ ସାପୁଆକେଳା ସହ ଭାରତର ଫଟୋ ଦେଖାଇବା ମୁର୍ଖାମୀ। ବିଦେଶୀ ଚିନ୍ତାଧାରାକୁ ବଦଳାଇବା ବହୁତ କଷ୍ଟକର ବୋଲି ସେ କହିଛନ୍ତି।
“The hour of the Indian economy” is the top story of a #Spanish weekly.
While #India‘s strong economy gets global recognition, portraying our image as snake charmers even after decades of independence is sheer stupidity.
Decolonising the foreign mindset is a complex endeavour. pic.twitter.com/pdXvF7n4N7
— P C Mohan (@PCMohanMP) October 13, 2022
ଜେରୋଧାର ସିଇଓ ନୀତିନ କାମନ ସ୍ପେନର ଖବରକାଗଜକୁ କଡ଼ା ଭାଷାରେ ଭତ୍ସନା କରି କହିଛନ୍ତି, ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ବିଶ୍ୱ ଧ୍ୟାନ ଦେବା ଭଲ ଖବର। ହେଲେ ଏଭଳି ଏକ ସାପୁଆକେଳା ସହ ଭାରତକୁ ଦର୍ଶାଇବା ଅପମାନଜନକ ବୋଲି ସେ କହିଛନ୍ତି।
“The hour of the Indian economy,” says La Vanguardia, a leading Spanish daily.
Quite cool that the world is taking notice, but the cultural caricaturing, a snake charmer to represent India, is an insult.
Wonder what it takes for this to stop; maybe global Indian products? pic.twitter.com/YY3ribZIaq— Nithin Kamath (@Nithin0dha) October 13, 2022