ନୂଆଦିଲ୍ଲୀ, ୯।୬ : ସୋସିଆଲ ମିଡ଼ିଆରେ ଘୃଣା ସୃଷ୍ଟି କରିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ଅସଦୁଦ୍ଦିନ ଓଓ୍ବାଇସି ଏବଂ ସ୍ବାମୀ ନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ପକ୍ଷରୁ ଆଇଏଫଏସଓ ୟୁନିଟ ପକ୍ଷରୁ ନୁପୁର ଶର୍ମା, ନବୀନ ଜିନ୍ଦଲଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା।
ଅସଦୁଦ୍ଦିନ ଓୱାଇସି ଏବଂ ନରସିଂହାନନ୍ଦଙ୍କ ବିରୋଧରେ ସୋସିଆଲ ମିଡିଆ ମାଧ୍ୟମରେ ସମାଜରେ ଘୃଣା ବାର୍ତ୍ତା ବିସ୍ତାର କରିବା, ମିଥ୍ୟା ତଥା ଅନିଶ୍ଚିତ ଖବର ପ୍ରସାରଣ, ଧାର୍ମିକ ସୌହାର୍ଦ୍ଦ୍ୟକୁ ବିଭ୍ରାନ୍ତ କରିବା ଭଳି ଅନ୍ୟାନ୍ୟ ଧାରା ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି।