ସ୍କୁଲରୁ ଫେରିବା ସମୟରେ ନାବାଳିକାଙ୍କୁ ବଳାତ୍କାର: ଏନ୍‌ଏଚ୍‌ଆର୍‌ସିରେ ମାମଲା

କଟକ,୩୧ା୧(କାର୍ତ୍ତିକ ସାହୁ): ମାଲଗୋଦାମ ଥାନା ଅଞ୍ଚଳର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ନ୍ୟାୟ ପାଇଁ ଲଢ଼େଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ଏତଲା କ୍ରମେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ୍‌ଏଚ୍‌ଆର୍‌ସି କେସ ନମ୍ବର ୧୬୬୨/୨୦୨୪ ରୁଜୁ ହୋଇଥିବା ଜଣାଯାଇଛି। ଏହି ମାମଲାରେ କଟକ ଡିସିପି, ଡିଜି ପୋଲିସ, ରାଜ୍ୟ ଗୃହ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଜାତୀୟ ମାନବାଧିକାର କମିଶନ ଏହି ମାମଲାର ବିଚାର କରି ଦୋଷୀ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ସମ୍ପୃକ୍ତ ନାବାଳିକାର ଚିକିତ୍ସା ବ୍ୟବସ୍ଥା ଓ କ୍ଷତିପୂରଣ ଯୋଗାଇ ଦେବାକୁ ନିବେଦନ କରାଯାଇଛି।
ମାମଲାର ବିବରଣୀ ଅନୁସାରେ, ମାଲଗୋଦାମ ଓଭରବ୍ରିଜ୍‌ ଅଞ୍ଚଳରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକା ସ୍କୁଲରୁ ଫେରିବା ବାଟରେ ବଳାତ୍କାରର ଶିକାର ହୋଇଥିଲେ। ସମ୍ପୃକ୍ତ ନାବାଳିକା ମା’ଙ୍କ ମୃତ୍ୟୁ ପରେ ମାଲଗୋଦାମ ଥାନା ଅଞ୍ଚଳର ଏକ ଶିଶୁଯତ୍ନ କେନ୍ଦ୍ରରେ ରହୁଥିଲେ। ନାବାଳିକାଙ୍କ ବାପା ଏକ ମାମଲାରେ ଜେଲରେ ଅଛନ୍ତି। ପ୍ରତିଦିନ ଭଳି ସୋମବାର ନାବାଳିକା ଜଣକ ସ୍ଥାନୀୟ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥିଲେ। ମାତ୍ର ଫେରିବାରେ ବିଳମ୍ବ ହେବାରୁ ଶିଶୁଯତ୍ନ କେନ୍ଦ୍ରର କର୍ତ୍ତୃପକ୍ଷ ବିଭିନ୍ନ ଜାଗାରେ ଖୋଜାଖୋଜି କଲାପରେ ବି ନାବାଳିକାଙ୍କ ସନ୍ଧାନ ମିଳି ନ ଥିଲା। ପରେ ନାବାଳିକା ଜଣକ କାନ୍ଦି କାନ୍ଦି କେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ବାଟରେ ଜଣେ ଯୁବକ ତାଙ୍କୁ ବଳାତ୍କାର କରିବା ନେଇ ଜଣାଇଥିଲେ। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏହି ଅମାନୁଷିକ ଘଟଣାକୁ ନେଇ ସାରା ରାଜ୍ୟର ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ହେରାଲ୍ଡ ସ୍କାମ୍‌ ବିରୋଧରେ ତାତିଲା ଭାଜପା

କେନ୍ଦୁଝର,୧୮ା(ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାଶନାଲ ହେରାଲ୍ଡ ସ୍କାମ୍‌ରେ ୬ ହଜାର କୋଟିର ଅର୍ଥ ଲୁଟ୍‌ରେ ସିଧାସଳଖ ସଂପୃକ୍ତ ଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର

ନିରାକାରପୁର,୧୮ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ...

IPL 2025: ‘ଗୁଡ ବାୟ ଇଣ୍ଡିଆ’ ଆଇପିଏଲ ୨୦୨୫ ମଝିରେ ଛାଡ଼ି ଚାଲି ଯାଉଛନ୍ତି Pat Cummins? ପତ୍ନୀଙ୍କ ପୋଷ୍ଟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୪: ଆଇପିଏଲ ୨୦୨୫ରେ, ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା। ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ Pat Cumminsଙ୍କ ଅଧିନାୟକତ୍ୱରେ ଦଳ ଏକ ଶୋଚନୀୟ ପରାଜୟ...

Gold In Odisha: ଆସିଲା ବଡ଼ ଅପଡେଟ୍‌, ଅକ୍ଷୟ ତୃତୀୟାରେ ଓଡ଼ିଶାରେ କମିବ ନା ଲକ୍ଷେ ଛୁଇଁବ ସୁନା!

ନୂଆଦିଲ୍ଲୀ,୧୮।୪: ଚଳିତ ବର୍ଷ ଅକ୍ଷୟ ତୃତୀୟା ୩୦ ଏପ୍ରିଲରେ ପାଳନ କରାଯିବ। ଲୋକମାନେ ଏହି ଦିନ ସୁନା କିଣିବାକୁ ବହୁତ ଶୁଭ ବୋଲି ଭାବନ୍ତି। କିନ୍ତୁ...

New Toll System: ମେ’୧ରୁ ଲାଗୁ ହେବ ନୂଆ ଟୋଲ ସିଷ୍ଟମ? ବନ୍ଦ ହୋଇଯିବ କି FASTag ସିଷ୍ଟମ, ଜାଣନ୍ତୁ ଏହାର ଉତ୍ତର

ନୂଆଦିଲ୍ଲୀ,୧୮।୪: ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ।...

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ, ବାପା-ଭାଇ ଗୁରୁତର

ସାକ୍ଷୀଗୋପାଳ,୧୮ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ କେତକୀ ପାଟଣା ପଞ୍ଚାୟତର ପଦ୍ମପୁର ଗ୍ରାମର ଚାଷୀ ଦୀପ୍ତିରଞ୍ଜନ ବାରିକ (୩୬)ଙ୍କ ବଜ୍ରପାତରେ ଶୁକ୍ରବାର...

Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ…

ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା।...

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଅମରପାଲି,୧୮ା୪(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଟ୍ରଷ୍ଟ ସାଧାରଣ ସମ୍ପାଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image