Categories: ଜାତୀୟ

Farmers Protest: କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର

ନୂଆଦିଲ୍ଲୀ, ୨୩।୨: ସପ୍ତାହ ଧରି ଜାରି ରହିଥିହିବା କୃଷକ ଆନ୍ଦୋଳନ ସୁପ୍ରିମକୋର୍ଟରେ ପହଞ୍ଚିଛିି। କୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଛି, ଆନ୍ଦୋଳନରତ କୃଷକଙ୍କ ଅଧିକାରର ଉଲ୍ଲଂଘନ ହେଉଛି । ଆହୁରି କୁହାଯାଇଛି ଯେ, କୃଷକଙ୍କ ଆନ୍ଦୋଳନ ଦମନ ପାଇଁ କେନ୍ଦ୍ର ସରକାର ବଳ ପ୍ରୟୋଗ କରୁଛନ୍ତି । ଫଳରେ ଏକାଧିକ କୃଷକ ଆହତ ମଧ୍ୟ ହୋଇଛନ୍ତି । କୃଷକଙ୍କ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନ ହେଉଛି । ସ୍ବାମୀନାଥନ ଆୟୋଗଙ୍କ ସୁପାରିସ ଲାଗୁ କରିବା ଦାବିରେ କୃଷକ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି । ଆବେଦନରେ କୁହାଯାଇଛି, କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୃଷକଙ୍କ ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ଲୁହା କଣ୍ଟା ପୋତିବା ସହ ସିମେଣ୍ଟ ପ୍ରାଚୀର ନିର୍ମାଣ କରିଛନ୍ତି । ଯେମିତି ଆନ୍ଦୋଳନରତ କୃଷକ ଦିଲ୍ଲୀ ପହଞ୍ଚି ପାରିବେ ନାହିଁ। କୃଷକଙ୍କ ବିରୋଧ ପ୍ରଦର୍ଶନକୁ ରୋକିବା ଲାଗି ୧୪୪ ଧାରା ଲାଗୁ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଅଟକାଇବା ଲାଗି ଲୁହ ବୁହା ଗ୍ୟାସ ପ୍ରୟୋଗ କରୁଛନ୍ତି । ରବରର ଗୁଳି ବ୍ୟବହାର କରାଯାଉଛି । ଫଳରେ ଏକାଧିକ କୃଷକ ଗୁରୁତର ଆହତ ହୋଇଛନ୍ତି ।

ଆବେଦନକାରୀ କୋର୍ଟରେ କହିଛନ୍ତି ଯେ, ଆନ୍ଦୋଳନରତ କୃଷକଙ୍କ ଦାବି ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ । କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ସହ ଭେଦଭାବ ନ କରନ୍ତୁ । ସାଧାରଣ ଲୋକଙ୍କ ଗମନାଗମନ ପାଇଁ ଜରୁରୀ ପଦକ୍ଷେପ ନିଅନ୍ତୁ ।

Share