Categories: ଜାତୀୟ

ଶିକ୍ଷକଙ୍କୁ ମାଡ ମାରିବା ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ

ଜମ୍ମୁ,୭ ।୪: ଜମ୍ମୁ-କଶ୍ମୀର ଖଦୁରିୟାନ ପଞ୍ଚାୟତ ଦ୍ରାମନ ମିଡିଲ ସ୍କୁଲରେ ଶିକ୍ଷକଙ୍କୁ ପିଟିବଳର ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶିକ୍ଷକ ଜଣକ ହେଲେ ନିସାର ଅହମ୍ମଦ । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସୂଚନାଯୋଗ୍ୟ, ନବରାତ୍ରୀ ଚାଲିଥିବାରୁ ଦୁଇଜଣ ଛାତ୍ରୀ ମଥାରେ ତିଳକ ଲଗାଇ ସ୍କୁଲ ଯାଇଥିଲେ । ହେଲେ ଏହାକୁ ବିରୋଧ କରି ଶିକ୍ଷକ ନାସିର ଅହମ୍ମଦ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏବେ ମିଳିଥିବା ସୂଚନାରୁ ଜଣାପଡିଛି କି ଉକ୍ତ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯିବା ସହ ଶିକ୍ଷକଙ୍କୁ ମାଡ ମାରିବା ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

Share