ଓଡ଼ିଆ ଭାଷା, ସଂସ୍କୃତିର ସମ୍ମେଳନ ‘ଏକାମ୍ର ଉତ୍ସବ’: ୩ରୁ ଆରମ୍ଭ

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଆ ଭାଷା, କଳା ଓ ସଂସ୍କୃତି ସହ ମନୋରଞ୍ଜନର ଖୋରାକ ଯୋଗାଇବ ‘ଏକାମ୍ର ଉତ୍ସବ’। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଫେବୃଆରୀ ୩ରୁ ପ୍ରଦର୍ଶନୀ ପଡ଼ିଆରେ ଏହି ଉତ୍ସବ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉତ୍ସବ ସମ୍ପର୍କରେ ସୂଚନା ଦିଆଯାଇଛି। ସମ୍ମିଳନୀରେ ବିଏମ୍‌ସି ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ,
ଏକାମ୍ର ଉତ୍ସବ ସ୍ପେଶାଲ ଡ୍ୟୁଟିରେ ଥିବା ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସିଦ୍ଦିକ ଆଲାମ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସଙ୍ଗୀତର ମୂର୍ଚ୍ଛନା
ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ‘ଏକାମ୍ର ଉତ୍ସବ’ ଅନ୍ୟତମ ପ୍ଲାଟ୍‌ଫର୍ମ ହେବ। ସାରେ ‘ସଙ୍ଗୀତର ମୂର୍ଚ୍ଛନା’ କାର୍ଯ୍ୟକ୍ରମରେ ଝୁମିବେ ସହରବାସୀ। ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ୍‌ ବ୍ୟାଣ୍ଡ୍‌ ପରିବେଷଣ। ଏହି ୭ଦିନିଆ ଉତ୍ସବରେ ପ୍ରତି ସାରେ ରହିବ ଭିନ୍ନ ଭିନ୍ନ ପ୍ରଦର୍ଶନ।

ଆମ ବ୍ୟଞ୍ଜନ
ଉତ୍ସବରେ ଅନ୍ୟତମ ଆକର୍ଷଣ ହେଉଛି ‘ଆମ ବ୍ୟଞ୍ଜନ’। ଏହା ଲୋକଙ୍କୁ ଓଡିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ଦେବ। ଏହାଦ୍ୱାରା ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାରପ୍ରସାର ହେବ। ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ସାଙ୍ଗକୁ କେବଳ ଗ୍ରାମାଞ୍ଚଳରେ ଉପଲବ୍ଧ ହେଉଥିବା ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ।

କାହାଣୀ ଉତ୍ସବ
‘ଏକାମ୍ର ଉତ୍ସବ’ରେ ଭୁବନେଶ୍ୱର କାହାଣୀ ଉତ୍ସବ (ଭୁଫେଷ୍ଟୋ)ର ତୃତୀୟ ସଂସ୍କରଣ ଆରମ୍ଭ ହେବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ସହରର ପ୍ରମୁଖ ୪ଟି ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି), ଏପିଜେ ଅବଦୁଲ କାଲାମ ପାର୍କ (କଳିଙ୍ଗନଗର) ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କଠାରେ ଅନୁଷ୍ଠିତ ହେବ। ଅପରାହ୍ମ ୨ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ଏହା ଚାଲିବ। କୁନା ତ୍ରିପାଠୀ, ଆକାଶ ଦାସନାୟକ, ଉଷସୀ ମିଶ୍ର ଏବଂ ମୀରା ପରିଡାଙ୍କ ଭଳି ଜଣାଶୁଣା କାହାଣୀକାରମାନେ ଯୋଗଦେବେ। ଉପସ୍ଥିତ ଲୋକେ ଶାସ୍ତ୍ରୀୟ ଓଡ଼ିଆ ଉପନ୍ୟାସର ସମସାମୟିକ ରୂପ ଓ କାଳଜୟୀ କାହାଣୀରେ ଏକ ଆଧୁନିକ ଅଧ୍ୟାୟ ସହ ଏଥିରେ ଯୋଡ଼ି ହୋଇପାରିବେ।

ଏକାମ୍ର ହାଟରେ ରାତ୍ରିକାଳୀନ ବଜାର
ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ରାତ୍ରିକାଳୀନ ବଜାର ଖୋଲିବ। ଏହା ଆସନ୍ତା ୩ ତାରିଖରୁ ୯ ଯାଏ ଖୋଲିବ। ପ୍ରତିଦିନ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବଜାରରେ ମନ ପସନ୍ଦର ଜିନିଷ କିଣିବାକୁ ସୁଯୋଗ ପାଇପାରିବେ।

ମଧୁସୂଦନ ମାର୍ଗରେ ୩ଦିନିଆ ଡ୍ରୋନ୍‌ ଶୋ
ଆସନ୍ତା ୭,୮ ଓ ୯ ତାରିଖରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ୍‌ ଶୋ ଅନୁଷ୍ଠିତ ହେବ। ଭାଷାର ପ୍ରସାର ପାଇଁ ମଧୁସୂଦନ ମାର୍ଗକୁ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଡିଜାଇନରେ ପ୍ରଦର୍ଶିତ କରାଯିବ। ଏଥିପାଇଁ ପାଖାପାଖି ୨୦୦ରୁ ଅଧିକ ଡ୍ରୋନ ବ୍ୟବହାର କରାଯିବ।

 

ଆକର୍ଷଣ ସାଜିବେ ସୋନୁ ନିଗମ, ଜୁବିନ୍‌

୩ ଫେବୃଆରୀ – ସ୍ମୃତି ତୁମେ ଅକ୍ଷୟ
ଜ୍ୟୋତର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁ।
୪ ଫେବୃଆରୀ – ସଙ୍ଗୀତର ତାଳେ ତାଳେ
ଅନୁରାଧା ପୌଡୱାଲ,ସୁରେଶ ୱାଡେକର
୫ ଫେବୃଆରୀ – ଅଭୁଲା ଅତୀତ
ସନମ ପୁରୀ ଲାଇଭ ଓ ଅନନ୍ୟା ଶ୍ରୀତମ ନନ୍ଦ
୬ ଫେବୃଆରୀ – ଭାଷା ହିଁ ଭବିଷ୍ୟତ
କୁନା ତ୍ରିପାଠୀ, ଅରୁଣା ମହାନ୍ତି ଓ ସାଥୀ, ପ୍ରଜ୍ଞା, ଶଙ୍କର
୭ ଫେବୃଆରୀ – ବସନ୍ତର ସ୍ବର
ସୋନା ମହାପାତ୍ର, କ୍ରିଷ୍ଣା ବେଉରା ଓ ଋତୁରାଜ ମହାନ୍ତି
୮ଫେବୃଆରୀ – ମୂର୍ଚ୍ଛନାର ଭିନ୍ନ ଏକ ସା
ସୋନୁ ନିଗମ
୯ ଫେବୃଆରୀ – ତୁମେ ଚାହିଁଲ ବୋଲି
ଜୁବିନ ନୌଟିଆଲ


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri