ୱାଶିଂଟନ,୨୪ ।୧୨: ଖ୍ରୀଷ୍ଟମାସ ବା ବଡଦିନର ପୂର୍ବ ସନ୍ଧ୍ୟାରେ କେମ୍ବ୍ରିଜର ପ୍ରସିଦ୍ଧ ଗାୟକ ମଣ୍ଡଳୀଙ୍କ ଲାଇଭ୍ ସଙ୍ଗିତ ଚଳିତ ବର୍ଷ ବିଶ୍ୱବାସୀ ଶୁଣିବାରୁ ବଞ୍ଚିତ ହେବେ । କରୋନାର ନୂଆ ରୂପଠାରୁ ଦୂରେଇ ରହିବା ପାଇଁ ବ୍ରିଟେନରେ ଜାରି କରାଯାଇଥିବା ପ୍ରତିବନ୍ଧକ ଯୋଗୁ ଏହି ଗୀତ ଗୁରୁବାର ରାତିରେ ରେଡିଓରେ ପ୍ରଚାରିତ କରାଯିବ । ଏହି ସଙ୍ଗିତ ମଣ୍ଡଳୀ ନିଜ ଲାଇଭ୍ ସଙ୍ଗିତ ପରମ୍ପରା ଜରିଆରେ କୋଟି କୋଟି ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ । ସୂଚନାଯୋଗ୍ୟ, କିଙ୍ଗସ ସ୍କୁଲର ୯ରୁ ୧୩ ବର୍ଷର ପିଲାଙ୍କ ସହ କେମ୍ବ୍ରିଜ କଲେଜର ଛାତ୍ର ଏହି ମଣ୍ଡଳିରେ ସାମୁହିକ ଭାବେ ଗୀତ ଗାଉଥିଲେ । ଚଳିତ ବର୍ଷ ଏହି ଖ୍ରୀଷ୍ଟମାସ ଗୀତକୁ ରେକର୍ଡ କରାଯାଇଛି । ଯାହାକୁ ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ପାଖାପାଖି ୧୦ କୋଟି ଲୋକ ଶୁଣିବେ । ପୂର୍ବରୁ ଫେଷ୍ଟିଭାଲ ଅଫ୍ ନାଇଟ ଆଣ୍ଡ କ୍ୟାରୋଲ୍ସ ଗୀତ ସାରା ବିଶ୍ୱର ରେଡିଓ ଷ୍ଟେଶନରୁ ସିଧା ପ୍ରସାରଣ କରାଯାଉଥିଲା । କେବଳ ଆମେରିକାର ୪୫୦ ରେଡିଓ ଷ୍ଟେଶନରୁ ଏହି ଖ୍ରୀଷ୍ଟମାସ ଗୀତର ଲାଇଭ୍ କରାଯାଉଥିଲା । ୧୯୧୮ରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ପର୍ଯ୍ୟନ୍ତ ଚାଲି ଆସୁଥିଲା । ହେଲେ କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଏଥିରେ ଦେଖାଦେଲା ବ୍ୟତିକ୍ରମ ।