Categories: ଖେଳ

ଶିବ ପ୍ରସାଦଙ୍କୁ ସୁଯୋଗ

ଭୁବନେଶ୍ୱର, ୧।୬(ତପନ ସ୍ବାଇଁ): ଭାରତୀୟ ୨୦ ବର୍ଷରୁ କମ୍‌ ଫୁଟବଲ ଦଳ ମନୋନୟନ ପାଇଁ ଟ୍ରାଏଲ୍ସ ଜୁନ୍‌ ୪ରୁ ୯ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ଓଡ଼ିଶାର ଫୁଟବଲ ପ୍ରତିଭା ଏ. ଶିବ ପ୍ରସାଦ ମନୋନୀତ ହୋଇଛନ୍ତି। ଟ୍ରାଏଲ୍ସରେ ଚୟନ କର୍ତ୍ତାଙ୍କୁ ପ୍ରଭାବିତ କରିପାରିଲେ ଶିବ ପ୍ରସାଦଙ୍କ ପାଇଁ ଜାତୀୟ ୨୦ ବର୍ଷରୁ କମ୍‌ ଦଳରେ ସ୍ଥାନ ମିଳିବାର ସୁଯୋଗ ରହିବ। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଶିବ ପ୍ରସାଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share