Posted inଖେଳ

ନ୍ୟୁଜିଲାଣ୍ଡ ଲାଗି ଇତିହାସ ରଚିବା ସୁଯୋଗ

ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ଏବେ ଆସୁଛି ନକ୍‌ଆଉଟ ପର୍ଯ୍ୟାୟ। ସୁପର-୧୨ରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଭିତ୍ତିରେ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ଏ’ରୁ ଆସିଛନ୍ତି ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଏବଂ ଗ୍ରୁପ୍‌ ‘ବି’ରୁ ଭାରତ ଓ ପାକିସ୍ତାନ। ରେକର୍ଡ ଅନୁସାରେ ପୂର୍ବରୁ ଭାରତ, ପାକିସ୍ତାନ ଓ ଇଂଲଣ୍ଡ ଥରେ ଲେଖାଏ ଚାମ୍ପିୟନ ହୋଇସାରିଛନ୍ତି। ଯଦି ଏହି ୩ ଦଳ ମଧ୍ୟରୁ କେଉଁ ଦଳ ଟାଇଟଲ ବିଜୟୀ ହେବ ତେବେ ଓ୍ବେଷ୍ଟଇଣ୍ଡିଜ ରେକର୍ଡ ସହ ସମକକ୍ଷ ହେବ। କାରଣ ଟୁର୍ନାମେଣ୍ଟ ଇତିହାସରେ ଏକମାତ୍ର ଦଳ ଭାବେ ଓ୍ବେଷ୍ଟଇଣ୍ଡିଜ ୨୦୧୨ ଓ ୨୦୧୬ରେ ୨ ଥର ଚାମ୍ପିୟନ ହୋଇଛି। ମାତ୍ର ଦୁର୍ଭାଗ୍ୟ ଯେ ଏହି ଦଳ ଏଥର ସୁପର-୧୨ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। ଭାରତ ୨୦୦୭, ପାକିସ୍ତାନ ୨୦୦୯ ଓ ଇଂଲଣ୍ଡ ୨୦୧୦ରେ ଚାମ୍ପିୟନ ହୋଇଥିଲେ। ବାକି ରହିଲା ନ୍ୟୁଜିଲାଣ୍ଡ। ଏହି ଦଳ କେବେହେଲେ ଟ୍ରଫି ଜିତିବାର ସୌଭାଗ୍ୟ ପାଇନାହିଁ। ତେଣୁ ଏଥର ଦଳ ନିକଟରେ ଇତିହାସ ରଚିବାର ସୁଯୋଗ ରହିଛି। ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ପ୍ରତିଯୋଗିତାର ସମସ୍ତ ସଂସ୍କରଣରେ ଭାଗ ନେଇଆସିଥିଲେ ହେଁ ୨୦୨୧ରେ ସର୍ବାଧିକ ରନରଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ଏହି ସଂସ୍କରଣରେ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ହର୍ଡଲ୍ସ ଅତିକ୍ରମ କରିପାରି ନ ଥିଲା। ଗତ ନଭେମ୍ବର ୧୪ରେ ଦୁବାଇରେ ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୭୨ ରନ୍‌ କରିଥିବାବେଳେ ଅଷ୍ଟ୍ରେଲିଆ ୧୮.୫ ଓଭରରେ ମାତ୍ର ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରିଯାଇଥିଲା। ଫଳରେ କେନ୍‌ ଓ୍ବିଲିୟମସନ୍‌ଙ୍କ ଦଳର ଟ୍ରଫି ଜିତିବା ଆଶା ଅଧୁରା ରହିଯାଇଥିଲା। ଦଳ ୨ ଥର ୨୦୦୭ ଓ ୨୦୧୬ରେ ସେମିଫାଇନାଲରୁ ବିଦାୟ ନେଇଥିଲା। ଅନ୍ୟ ସମସ୍ତ ସଂସ୍କରଣରେ ଦଳର ଅଭିଯାନ ରାଉଣ୍ଡ-୨ରୁ ଶେଷ ହୋଇଥିଲା। ତେଣୁ ଏଥର ଦଳ ନିକଟରେ ପୂର୍ବ ରେକର୍ଡରେ ଉନ୍ନତି ଆଣିବାର ସୁଯୋଗ ରହିଛି।
୩ ବିଜୟ, ୧ ପରାଜୟ
ଚଳିତ ସଂସ୍କରଣରେ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ସିଧାସଳଖ ସୁପର-୧୨ ଖେଳିଥିଲା। ସିଡ୍‌ନୀରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ତଥା ଘରୋଇ ଅଷ୍ଟ୍ରେଲିଆକୁ ୮୯ ରନ୍‌ରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିବାବେଳେ ପରବର୍ତ୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬୫ ରନ୍‌ରେ ହରାଇ ଆଗକୁ ବଢ଼ିଥିଲା। ମାତ୍ର ଏହାର ବିଜୟରେ ବ୍ରେକ୍‌ ଲଗାଇଥିଲା ଇଂଲଣ୍ଡ। ବ୍ରିସ୍‌ବେନଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ୨୦ ରନ୍‌ରେ ହାରିଯାଇଥିଲା ନ୍ୟୁଜିଲାଣ୍ଡ। ତେବେ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩୫ ରନ୍‌ରେ ହରାଇ ଏହି ଦଳ ଗ୍ରୁପ୍‌ ଟପ୍ପର ଭାବେ ସେମିଫାଇନାଲରେ ପହଞ୍ଚତ୍ଥିଲା। ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ ଗ୍ରୁପ୍‌ ‘ବି’ର ଦ୍ୱିତୀୟ ସ୍ଥାନୀୟ ଦଳ ପାକିସ୍ତାନକୁ ଭେଟିବ। ପାକିସ୍ତାନ ବାଧା ଅତିକ୍ରମ କରିପାରିଲେ ଦଳ ଦ୍ୱିତୀୟ ଥର ପାଇଁ ପ୍ରତିଯୋଗିତାର ଫାଇନାଲ ଖେଳିବ।
ନଜରରେ ଗ୍ଲେନ୍‌ ଫିଲିପ୍ସ
ଏଥର ନ୍ୟୁଜିଲାଣ୍ଡକୁ ସେମି ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବ୍ୟାଟର ଗ୍ଲେନ୍‌ ଫିଲିପ୍ସ। ସେ ଗୋଟିଏ ଶତକ ହାସଲ କରିବା ସହ ୪ ମ୍ୟାଚ୍‌ରୁ ୪୮.୭୫ ଆଭରେଜ୍‌ରେ ଦଳ ପକ୍ଷରୁ ସର୍ବାଧିକ ୧୯୫ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ ହାର ରହିଛି ୧୬୩.୮୬। ସେହିପରି ଡେଭନ କନ୍‌ଓ୍ବେ ୪୧.୩୩ ଆଭରେଜ୍‌ରେ ୧୨୪ ଓ ଓ୍ବିଲିୟମସନ ୩୩ ଆଭରେଜ୍‌ରେ ୧୩୨ ରନ୍‌ କରି ପଛରେ ରହିଛନ୍ତି। ବୋଲିଂରେ ମିଚେଲ ସାଣ୍ଟନର ସର୍ବାଧିକ ୮ଟି, ଟିମ୍‌ ସୌଦୀ ଓ ଲୋକି ଫର୍ଗୁସନ ୭ଟି ଲେଖାଏ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଇଶ୍‌ ସୋଧୀ ୬ଟି ଲେଖାଏ ଉଇକେଟ ନେଇ ନ୍ୟୁଜିଲାଣ୍ଡ ସଫଳତାରେ ଭାଗୀଦାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri