ଖେଳୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି; ୩ ବର୍ଷର ଶିଶୁଙ୍କ ମୃତ୍ୟୁ ପରେ ଥାନାରେ ଅଭିଯୋଗ କଲେ ପରିବାର

ଦାରିଙ୍ଗବାଡି, ୨୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅଜଣା ଗାଡି ଧକ୍କାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଥାନା ଟେକାବାଡି ଅଞ୍ଚଳର ଆପିନ ପ୍ରଧାନଙ୍କ ୩ ବର୍ଷର ପୁଅ ଲିଭିଷ୍ଟାନ।
ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ଲିଭିଷ୍ଟାନ ଖେଳୁଥିବା ସମୟରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଜୋରଦାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ଯୋଗୁ ଲିଭିଷ୍ଟାନ ବହୁ ଦୂରରେ ଛେଚି ହୋଇ ପଡିଥିଲେ। ସ୍ଥାନୀୟ ଲୋକ ଓ ପରିବାର ତାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପରିବାରଲୋକେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (୧୯୪ /୨୪ )ରୁଜୁ କରି ତଦନ୍ତ ଚଳାଇଥିବା ସହ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡି ସନ୍ଧାନରେ ପୋଲିସ ରହିଥିବା ଆଇଆଇଆସି ରମେଶ କୁମାର ପ୍ରଧାନ କହିଛନ୍ତି।

Share