ଦୁର୍ଘଟଣାରେ ଚାଲିଗଲା ଶିଶୁର ଜୀବନ, ୫ ଆହତ

ଗଜପତି,୯ା୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟା ଛକ ନିକଟରେ ଶୁକ୍ରବର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଏବଂ ୨ ମହିଳା ରହିଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ଜଣକ ହେଲେ ନୂଆଗଡ଼ ବ୍ଲକ ଭ୍ରମରପୁର ଗ୍ରାମର ମାହି ମଣ୍ଡଳ।

ଆଜି ସକାଳୁ ଅଟୋଟି ନୂଆଗଡ଼ ବ୍ଲକ ଭ୍ରମରପୁର ଗ୍ରାମରୁ କିଛି ମହିଳାଙ୍କୁ ନେଇ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ସମୟରେ ପାଟିକୋଟା ଛକ ନିକଟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଆବଶ୍ୟକସ୍ଥଳେ ଅଧିକ ଚିକିତ୍ସା ପାଇଁ ବାହାରକୁ ସ୍ଥାନାନ୍ତର କରାଯିବ ବୋଲି ଡିଏମ୍‌ ଓ ପ୍ରମୋଦ କୁମାର ପଣ୍ଡା କହିଛନ୍ତି। ସେପଟେ ଦୁର୍ଘଟଣା କରିଥିବା ଡ୍ରାଇଭରକୁ ପୋଲିସ ଗିରଫ କରିଛି।

Share