ଅନିଶ୍ଚିତତାରେ ପିଲାଙ୍କ ଭବିଷ୍ୟତ

ବିଶ୍ରା,୨୬ା୧୧( ବଟକୃଷ୍ଣ ସ୍ବାଇଁ)ରାଜ୍ୟ ସରକାର ଆଦିବାସୀ ଉନ୍ନୟନ ବିଭାଗ ଅଧୀନରେ ସେବାଶ୍ରମ ଓ ଆଶ୍ରମ ଉଚ୍ଚବିଦ୍ୟାଳୟ ଖୋଲି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଶିକ୍ଷାର ସମସ୍ତ ସୁବିଧା କରିଛନ୍ତି। ବିଦ୍ୟାଳୟ ସହ ଛାତ୍ରାବାସ ଓ ଛାତ୍ରୀନିବାସ ମଧ୍ୟ ନିର୍ମାଣ କରାଯାଇଛି। ହେଲେ କେତେକ ଜାଗାରେ ବିଦ୍ୟାଳୟକୁ ଶିକ୍ଷକ ଆସୁନାହାଁନ୍ତି ତ ଆଉକେଉଁଠି ଛାତ୍ରୀଛାତ୍ର। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ଏରିଲା ଆଶ୍ରମ ବିଦ୍ୟାଳୟ ଓ କୁଲେନବାହଲ ସେବାଶ୍ରମରେ। ଏରିଲା ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୬୫ ଛାତ୍ରୀଛାତ୍ର ରହିଛନ୍ତି। ହେଲେ କଲ୍ୟାଣ ବିଭାଗ ପକ୍ଷରୁ ମାତ୍ର ୪ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ପ୍ରତ୍ୟେକ ଦିନ ପ୍ରଧାନ ଶିକ୍ଷକ ସରକାରୀ କାମରେ ଯାଉଛନ୍ତି। ମାତ୍ର ୩ ଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ସେହିପରି କୁଲେନବହଲ ସେବାଶ୍ରମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଥିବାବେଳେ ମୋଟ ୫୯ ଛାତ୍ରୀଛାତ୍ରଙ୍କ ନାମ ଲେଖାଯାଇଛି। ହେଲେ ବିଦ୍ୟାଳୟକୁ ସେହି ଅନୁସାରେ ଛାତ୍ରୀଛାତ୍ର ଆସୁନାହାଁନ୍ତି। ସେମାନଙ୍କ ପାଇଁ ମାତ୍ର ୩ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ଏହି ବିଷୟରେ ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଆରତୀ ସ୍ବାଇଁଙ୍କୁ ପଚାରିବାରୁ, ବିଦ୍ୟାଳୟରେ ପାଣିର ସମସ୍ୟା ଥିବାରୁ ପିଲାମାନେ ଆସୁ ନ ଥିଲେ। ବର୍ତ୍ତମାନ ସବୁ ସୁବିଧା ରହିଛି। ଶିକ୍ଷକ ସମସ୍ୟା ନେଇ ପଚାରିବାରୁ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରାଯାଇଛି ବୋଲି ଅଧିକାରୀ ସ୍ବାଇଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ ….

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ...

ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗର ଆର୍‌.ଏମ.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକା କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ...

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର...

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର...

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image