୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ ପାଇଛନ୍ତି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି ଜନ୍ସ ହୋପ୍‌କିନ୍ସ ୟୁନିଭର୍ସିଟି ପ୍ରଫେସର ତଥା ଉକ୍ତ ମିଶନର ସଦସ୍ୟ ବେଷ୍ଟି ବ୍ରିୟାନ୍‌ ଏକ ବିବୃତିରେ କହିଛନ୍ତି। ଏଟେନ୍‌ ନାମରେ ପରିଚିତ ଏହି ପ୍ରାଚୀନ ସହରକୁ କିଙ୍ଗ୍‌ ଅମେନ୍‌ହୋଟେପ୍‌ ତୃତୀୟ ପ୍ରତିଷ୍ଠା କରିଥିଲେ। ଇଜିପ୍ଟର ରାଜବଂଶର ଅଷ୍ଟାଦଶ ପିଢ଼ିର ଏହି ରାଜା ଖ୍ରୀଷ୍ଟପୂର୍ବ ୧୩୯୧ରୁ ୧୩୫୩ ପର୍ଯ୍ୟନ୍ତ ଶାସନ କରୁଥିଲେ। ଏହା ପୂର୍ବରୁ ୧୯୨୨ରେ ଲକ୍ସର ଉପତ୍ୟକାରେ କିଙ୍ଗ୍‌ ଟୁଟାନଖମେନଙ୍କ ସମାଧି ଠାବ ହୋଇଥିଲା।

Share