Categories: ଫୁରସତ

ପାଣି ପିଇ ଆଇସିୟୁରେ ଭର୍ତ୍ତି ହେଲେ ଯୁବକ

ଅତ୍ୟଧିକ ପାଣି ପିଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହ ରୁହନ୍ତି ଲ୍ୟୁକ ଓ୍ବିଲିୟମସନ(୩୪)। ବ୍ରିଟେନରେ ପ୍ରଥମ ଲକଡାଉନ ସମୟରେ ସେ ନିଜକୁ କରୋନା ସଂକ୍ରମିତ ବୋଲି ଭାବିଥିଲେ। ଏହାପରେ ସେ ପିଉଥିବା ପାଣିର ମାତ୍ରାକୁ ଦୁଇଗୁଣ ବଢାଇ ଦେଇଥିଲେ। ସାଧାରଣ ମଣିଷ ଦିନରେ ୧ ରୁ ୨ ଲିଟିର ପାଣି ପିଇବାକୁ ପରାମର୍ଶ ଦିଆଯାଉଛି। ହେଲେ ଲ୍ୟୁକ ପାଣିର ମାତ୍ରା ବଢାଇ ୪ ରୁ ୫ ଲିଟର କରିଦେଇଥିଲେ। ଅଧିକ ପାଣି ପିଇବା ଫଳରେ ତାଙ୍କ ଶରୀରରେ ସୋଡିୟମର ସ୍ତର କମ୍‌ ହୋଇଯାଇଥିଲା। ଫଳରେ ସେ ଗୁରୁତର ହୋଇ ପଡିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅତ୍ୟଧିକ ପାଣି ପିଇବା ଦ୍ୱାରା ତାଙ୍କ ଅବସ୍ଥା ଏପରି ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। କିଛିଦିନ ଭେଣ୍ଟିଲେଟରରେ ରହିବା ପରେ ସେ ଏବେ ସୁସ୍ଥ ରହିଥିବା ଜଣାପଡିଛି।

Share