ଗୋଟିଏ ସୋମବାର କଲେଜ ଛାତ୍ରୀଛାତ୍ର ଶୁଣିବେ ହକି ଗାଥା

ଭୁବନେଶ୍ୱର,୧୬।୧୦(ଅନୁରାଧା ମହାରଣା): କଲେଜ ଛାତ୍ରୀଛାତ୍ର ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା ଶୁଣିବେ। ପ୍ରତି ସୋମବାର କଲେଜରେ ପିଲାଙ୍କୁ ଏକାଠି କରି ବାର୍ତ୍ତା ଦିଆଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ପ୍ରତି ସୋମବାର ନୁହେଁ, ମାସର ଗୋଟିଏ ସୋମବାର କଲେଜଗୁଡ଼ିକରେ ଏହି କାର୍ଯ୍ୟକ୍ରମ କରାଯିବ। ଓଡ଼ିଶା ପ୍ରାୟୋଜକ ହେବା ପରେ କିପରି ଭାରତୀୟ ହକି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ବିଷୟରେ ଛାତ୍ରୀଛାତ୍ରଙ୍କୁ କୁହାଯିବ। ତେବେ ଏନେଇ କଲେଜରେ ପଢ଼ାଯିବାକୁ ଥିବା ଦୁଇ ପୃଷ୍ଠା ସମ୍ବଳିତ ବାର୍ତ୍ତାକୁ ଉଚ୍ଚ ଶିକ୍ଷା ବିଭାଗ ପ୍ରସ୍ତୁତ କରି ପୂର୍ବରୁ କଲେଜ ଅଧ୍ୟକ୍ଷମାନଙ୍କୁ ପଠାଇଥିବା ସୂଚନା ମିଳିଛି। ଏ ପରିପ୍ରେକ୍ଷରରେ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।

Share