Categories: ଜାତୀୟ

ମଝି ସମୁଦ୍ରରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ କୋଷ୍ଟ ଗାର୍ଡ

ଗାନ୍ଧିନଗର,୨୭ ।୧୧: ଗୁଜରାଟ କଚ୍ଛର ସମୁଦ୍ର କୂଳରେ ଶୁକ୍ରବାର ରାତିରେ ଏକ ବଡ ଘଟଣା ଘଟିଛି । ଏଠାରେ ଦୁଇ ପାଣି ଜାହାଜ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଛନ୍ତି । ତେବେ ଏହି ଘଟଣାରେ କେହି ଆହତ ହୋଇ ନ ଥିବା ଜଣାପଡିଛି । ସେନାର ପ୍ରବକ୍ତା କହିଛନ୍ତି ଶୁକ୍ରବାର ଏମ୍ ଭି- ଏଭିଏଟରଓ ଆଟଲାଣ୍ଟିକ ଗ୍ରେସ ଜାହାଜ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲେ । ତେବେ ତେଲର ଚିକ୍କଣ ଅଂଶ ଯୋଗୁ ଏହା ଘଟିଥିବା ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଘଟଣାର ଯାଞ୍ଚ କରାଯାଉଛି ।

Share