ନୋଏଡା,୨୮ ।୮: ସେକ୍ଟର-୯୩ଏ ସୁପରଟେକ ଏମରଲାଣ୍ଡ କୋର୍ଟ ଟ୍ୱିନ ଟାୱାରର ଉଚ୍ଚତା ୧୦୦ ମିଟର ହୋଇଥିବା ବେଳେ ସିୟାନର ଉଚ୍ଚତା ୯୭ ମିଟର । ଦେଶରେ ପ୍ରଥମଥର ପାଇଁ ଏତେବଡ ବିଲଡିଂ ଧ୍ୱଂସ ହେବାକୁ ଯାଉଛି । ମାତ୍ର ୧୨ ସେକେଣ୍ଡରେ ଏହା ମାଟିରେ ମିଶିଯିବାର ବ୍ୟବସ୍ଥା କରାଯାଇଛି । ରବିବାର ଦିନ ୨ଟା ୩୦ ମିନିଟରେ ବିସ୍ଫୋରକ ଜରିଆରେ ଏହି ଅବୈଧ ବିଲଡିଂକୁ ଭଙ୍ଗାଯିବ । ଏହାକୁ ସୁରକ୍ଷିତ ଭାବେ ଭାଙ୍ଗିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ୩୭୦୦ କିଲୋ ବିସ୍ଫୋରକ ଜରିଆରେ ଏହାକୁ ଭଙ୍ଗାଯିବ । ଆଉ ୭୦ ମିଟର ଦୂରରୁ ବଟନ ଦବାଇ ଧ୍ୱସଂ କରାଯିବ ଟ୍ୱିନ ଟାୱାର । ଏହାପରେ ଏହା ଇତିହାସ ହୋଇଯିବ । ତେବେ ଟ୍ୱିନ ଟାୱାର ଭଙ୍ଗାଯିବା ଘଟଣା ଯେତିକି ଆଲୋଚନା ହେଉଛି ଏହିସମୟରେ ସୁରକ୍ଷା କଥା ଯେତିକି ଚିନ୍ତା କରାଯାଇଛି ତା’ରି ଭିତରେ ବି କିଛି ଏନଜିଓ ସେଠାରେ ଥିବା ଗାଈଗୋରୁ ବୁଲା କୁକୁରଙ୍କ କଥା ବି ଚିନ୍ତା କରିଛନ୍ତି । ଟାୱାରଟି ଭାଙ୍ଗିବା ସମୟରେ ଯେମିତି ଏମାନଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେଥିପାଇଁ ଏନଜିଓ ଦ୍ୱାରା ଏବେ ସୁଦ୍ଧା ଟ୍ୱିନ ଟାୱାର ନିକଟରୁ ୩୦-୩୫ କୁକୁରଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।
Posted inଜାତୀୟ