ସମ୍ଭାବ୍ୟ ବାତ୍ୟା କଥା ଶୁଣି ବୋହିନେଲେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: କଳାବଜାରୀ ଆଶଙ୍କା

ଭୁବନେଶ୍ୱର,୪।୫ (ବ୍ୟୁରୋ): ଆସନ୍ତା ୯ ତାରିଖରେ ଓଡ଼ିଶାରେ ବାତ୍ୟା ସମ୍ଭାବନା ରହିଥିଲେ ମଧ୍ୟ ବର୍ତ୍ତମାନ ପାଇଁ ରାଜ୍ୟକୁ ପାଣିପାଗ ବିଭାଗରୁ ଏନେଇ ସତର୍କ ସୂଚନା ଜାରି କରାଯାଇନାହିଁ। ଏହାସତ୍ତ୍ୱେ ବୁଧବାର ବାତ୍ୟା ଖବର ପାଇବା ମାତ୍ରେ ରାଜଧାନୀବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଆଶଙ୍କା କରି ଲୋକମାନେ ଆଗୁଆ ସାମଗ୍ରୀ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଏହିକ୍ରମରେ ବୁଧବାର ୧ ନଂ. ହାଟ ସମେତ ବିଭିନ୍ନ ହାଟବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପନିପରିବା ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଲୋକ ବୋହି ନେଉଥିଲେ। ସେହିପରି ସହରର ଅନ୍ୟାନ୍ୟ ବଡ଼ ବଡ଼ ମାର୍କେଟରେ ମଧ୍ୟ ଲୋକମାନେ କିଣାବିକାରେ ବ୍ୟସ୍ତ ରହିଥିଲେ। ଫଳରେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି।

Share