ମତେ ମାରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଛି, କହିଲେ ଇମ୍ରାନ୍‌…

ଇସଲାମାବାଦ, ୧୫।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ପାକିସ୍ତାନ ତଥା ବିଦେଶରେ ଚାଲିଛି। ପଞ୍ଜାବ ପ୍ରଦେଶର ସିଆଲକୋଟରେ ଏକ ବଡ ସମାବେଶରେ ଇମ୍ରାନ ଖାନ କହିଛନ୍ତି ଯେ ଏହି ଷଡଯନ୍ତ୍ର ବିଷୟରେ ସେ କିଛି ଦିନ ପୂର୍ବରୁ ଜାଣିଥିଲେ ଏବଂ ଯଦି ତାଙ୍କ ସହ କିଛି ଘଟେ ତେବେ ଲୋକମାନେ ଭିଡିଓ ମେସେଜ ମାଧ୍ୟମରେ ଅପରାଧୀଙ୍କ ବିଷୟରେ ଜାଣିପାରିବେ। ସେ ନିକଟରେ ଏହାକୁ ରେକର୍ଡ କରିଛନ୍ତି ଏବଂ ଏକ ସୁରକ୍ଷିତ ସ୍ଥାନରେ ରଖିଥିବା ସୂଚନା ଦେଇଛନ୍ତି।

ଏହି ରାଲିରେ ଇମ୍ରାନ ଖାଁ କହିଛନ୍ତି ଯେ ମୋତେ ହତ୍ୟା କରିବାର ଷଡଯନ୍ତ୍ର ଜାରି ରହିଛି। ଦେଶ ତଥା ବିଦେଶର ବନ୍ଦ କୋଠରୀରେ ମୋ ବିରୁଦ୍ଧରେ ଏଭଳି ଷଡଯନ୍ତ୍ର ରଚିଯାଇଛି। ଏହି ଷଡଯନ୍ତ୍ର ବିଷୟରେ ମୁଁ ଏକ ଭିଡିଓ ରେକର୍ଡ କରିଛି, ଯେଉଁଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ନାମ ଦିଆଯାଇଛି। ଯଦି ମୋ ସହିତ କିଛି ଘଟେ, ତେବେ ଲୋକମାନେ ଜାଣିବେ ଏହି ଷଡ଼ଯନ୍ତ୍ର ପଛରେ କିଏ ଥିଲା। ତାଙ୍କ ସରକାରର ପତନ ପାଇଁ ଇମ୍ରାନ ଖାଁ ଆମେରିକାକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ସାମରିକ ହସ୍ତକ୍ଷେପ କରି ତାଙ୍କ ସରକାରକୁ ବଞ୍ଚାଇବାକୁ କହିଥିଲା ମାତ୍ର ସେ ଏହା ମାନି ନଥିଲେ ବୋଲି ଇମ୍ରାନ୍‌ କହିଛନ୍ତି।

ଏହି ରାଲିରେ ଇମ୍ରାନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ପିପିପିର ଆସିଫ ଅଲି ଜରଦାରୀ ଏବଂ ଜୁୟୁ-ଏଫ ମୌଲାନା ଫଜଲୁର ରହେମାନଙ୍କୁ ଟାର୍ଗେଟ କରି ସ୍ବାଧୀନତା ଆନ୍ଦୋଳନରେ ବାଧା ସୃଷ୍ଟି ନକରିବାକୁ ଚେତାବନୀ ଦେଇଛନ୍ତି।

ଇମ୍ରାନ ଖାନଙ୍କ ଭାଷଣ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି ଯେ ଇମ୍ରାନ ନିଜ ହତ୍ୟାକାଣ୍ଡର ଏହି ନକଲି କାହାଣୀ ଲୋକଙ୍କ ସହାନୁଭୂତି ପାଇବା ଲାଗି କହୁଛନ୍ତି। ପ୍ରାୟ ଚାରି ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେ ଏହି ଇମ୍ରାନ୍‌ କିଛି ଶିଖିନାହାଁନ୍ତି। ବର୍ତ୍ତମାନ ସେ କହୁଛନ୍ତି ଯେ ବୋଧହୁଏ ଆମେରିକା ଏବଂ ତାଙ୍କ ବିରୋଧୀମାନେ ତାଙ୍କ ବିରୋଧରେ ଏକ ପ୍ରକାର ଷଡଯନ୍ତ୍ର କରୁଛନ୍ତି। ଆସିଫ ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି ଯେ ପାକିସ୍ତାନୀ ରାଜନୀତିରେ ଏଭଳି ପାଗଳଙ୍କ ପାଇଁ ସ୍ଥାନ ନାହିଁ।

ତାଙ୍କ ବହିଷ୍କାର ପରଠାରୁ ସେ ତାଙ୍କ ସରକାର ବିରୁଦ୍ଧରେ ଷଡଯନ୍ତ୍ର କରିଥିବାରୁ ଆମେରିକାକୁ ଦାୟୀ କରିଛନ୍ତି, ଯାହାକୁ ବର୍ତ୍ତମାନର ସରକାର ଅସ୍ବୀକାର କରିଛନ୍ତି। ତାଙ୍କ ସମର୍ଥକମାନେ ତାଙ୍କ ସରକାରକୁ ବଞ୍ଚାଇବା ପାଇଁ କିଛି ନକରିବାରୁ ସୋସିଆଲ ମିଡିଆ ବ୍ୟବହାର କରିଥିବା ସେ ଇମ୍ରାନ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ମାତ୍ର କିଛି ମାସ ମଧ୍ୟରେ ଜନ୍ମନେବ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ଛୁଇଁପାରିବନି କୌଣସି ରୋଗ!

ବ୍ରାସିଲିଆ,୨୬।୧୨: ୨୦୨୪ ବର୍ଷ ଶେଷ ପାଇଁ କେବଳ ୫ଦିନ ବାକି ଅଛି ଏବଂ ସମଗ୍ର ବିଶ୍ୱରେ ଲୋକମାନେ ନୂତନ ବର୍ଷର ଆଗମନକୁ ଅପେକ୍ଷା କରି ରହିଛନ୍ତି।...

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ...

କ୍ରିସ୍‌ମସ୍‌ରେ ବି ଛାଡ଼ିଲାନି ରୁଷିଆ

କିଭ୍‌,୨୬ା୧୨: ଧରାପୃଷ୍ଠରେ ଯୀଶୁଙ୍କ ଅବତରଣକୁ ନେଇ ବୁଧବାର ବିଶ୍ୱବାସୀ କ୍ରିସ୍‌ମସ ପାଳନରେ ମସ୍‌ଗୁଲ ଥିବାବେଳେ ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍‌ର...

ପଡ଼ୋଶୀ ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, ଜବାବ ଦିଆଯିବ ବୋଲି କହିଲା…

କାବୁଲ, ୨୫।୧୨: ପାକିସ୍ତାନ ଏହାର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍‌। ଦେଶର ପୂର୍ବ ପକ୍ତିକା ରାଜ୍ୟର ବରମଲ ଜିଲାରେ ମଙ୍ଗଳବାର ରାତିରେ...

କାଜାକିସ୍ତାନ ବିମାନ ଦୁର୍ଘଟଣାର ଭୟଙ୍କର ଭିଡିଓ ଆସିଲା ସାମ୍ନାକୁ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ବୁଧବାର କାଜାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କାଜାକିସ୍ତାନର ଅକଟାଉ ସହର ନିକଟରେ ଘଟିଛି। ବିମାନଟି ଆଜେରବାଇଜାନରୁ...

ରୁଷିଆ ଯାଉଥିବା ବିମାନ କ୍ରାସ୍‌, ୬୬ ମୃତ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିମାନଟି ବାକୁ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଯେଉଁଥିରେ ୭୨ରୁ ଅଧିକ...

ଜେଲରୁ ବାହାରିବେ ଇମ୍ରାନ ଖାନ!

ଇସଲାମାବାଦ,୨୫।୧୨: ରାଜନୈତିକ ବିବାଦର ସମାଧାନ ପାଇଁ ପାକିସ୍ତାନ ସରକାର ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ମୁଖ୍ୟଙ୍କ...

ଗାଜାରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କର ହେଉଛି ମୃତ୍ୟୁ: ଜାତିସଂଘ ଏଜେନ୍ସି

ଗାଜା,୨୫।୧୨: ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (UNRWA) ଅନୁଯାୟୀ, ଗାଜା ଘାଟିରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କୁ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri