ମୁମ୍ବାଇ, ୨୦।୮ : ମାୟାନାଗରୀ ମୁମ୍ବାଇକୁ ପୁଣି ଥରେ ବିସ୍ଫୋରଣରେ ଉଡ଼ାଇବାକୁ ଏକ ଷଡଯନ୍ତ୍ର ରଚାଯାଇଛି। ଏହି ମର୍ମରେ ମୁମ୍ବାଇ ପୋଲିସର ହ୍ବାଟସ ଆପ୍ରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଏହି ବାର୍ତ୍ତାରେ କୁହାଯାଇଛି ଯେ ମୁମ୍ବାଇକୁ ଉଡ଼ାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଯେକୌଣସି ସମୟରେ ଆକ୍ରମଣ କରାଯାଇପାରେ। ଧମକ ଦେଇଥିବା ବ୍ୟକ୍ତି କହିଛନ୍ତି ଯେ ଏହି ଆକ୍ରମଣ ୨୬/୧୧ ଆକ୍ରମଣ ଭଳି ହେବ।
ଏହି ବାର୍ତ୍ତା ପରେ ମୁମ୍ବାଇ ପୋଲିସ ଆଲର୍ଟ ମୋଡକୁ ଆସିଛି। କୁହାଯାଇଛି ଯେ ବାର୍ତ୍ତା ପ୍ରେରକଙ୍କର ଅନୁସନ୍ଧାନ କରାଯାଉଛି। ପ୍ରାଥମିକ ଅନୁସନ୍ଧାନରେ ଜଣାପଡିଛି ଯେ ଏହି ବାର୍ତ୍ତା ପାକିସ୍ତାନ ନମ୍ବରରୁ ଆସିଛି। ବାର୍ତ୍ତାରେ କୁହାଯାଇଛି ଯେ ଯଦି ତୁମେ ମୋତେ ଯାଞ୍ଚ କର, ଲୋକେଶନ ପାକିସ୍ତାନ ଦେଖାଇ। କିନ୍ତୁ ମୁମ୍ବାଇରେ ଏହି ବିସ୍ଫୋରଣ ଘଟିବ। ଧମକ ଦେଉଥିବା ବ୍ୟକ୍ତି ବାର୍ତ୍ତାରେ ଲେଖିଛନ୍ତି ଯେ ଏହି ଆକ୍ରମଣ ଭାରତରେ ୬ ଜଣଙ୍କ ଦ୍ୱାରା କରାଯିବ। ଏହାକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।