Categories: ଜାତୀୟ

ଗୋଟିଏ ସାମ୍ବିଧାନିକ ଧର୍ମ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୯ା୯: ସାରା ଦେଶରେ ଗୋଟିଏ ‘ସାମ୍ବିଧାନିକ ଧର୍ମ’ ପ୍ରଚଳନ ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ନିଜ ଧର୍ମ ବିଶ୍ୱାସରୁ ଲୋକଙ୍କୁ ଦୂରେଇ ରଖିପାରିବ କି ବୋଲି ସର୍ବୋଚ୍ଚ ଅଦାଲତ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ। ଏଭଳି ପିଟିଶନ ଦାଏର କରିବା ଚିନ୍ତାଧାରା ତାଙ୍କ ମନକୁ କିପରି ଆସିଲା ଓ ଏହାର ଉଦ୍ଦେଶ୍ୟ କ’ଣ ବୋଲି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ପଚାରିଥିଲେ। ମୁକେଶ କୁମାର ଏବଂ ମୁକେଶ ମାନଭିର ସିଂ ରେଜିଷ୍ଟ୍ରାରଙ୍କ ଜରିଆରେ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ।

Share