ସିଡିଏ ସେକ୍ଟର-୯ରେ ଜଣେ କରୋନା ପଜିଟିଭ ଚିହ୍ନଟ: ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଟକ ଅଫିସ,୨୯।୬: କଟକ ସହରର ସିଡିଏ ସେକ୍ଟର-୯ରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଗ୍ନିଶମ ବିଭାଗର ସହଯୋଗରେ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବିଶୋଧନ କରାଯାଉଛି। ଏଥି ସହିତ ସଫେଇ ଏବଂ ଅବର୍ଜନା ସଂଗ୍ରହ ଚାଲିଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Share